STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ପ୍ରିୟ ଖାଦ୍ୟ

ପ୍ରିୟ ଖାଦ୍ୟ

1 min
312

ଖାଇଲେ ହିଁ ଜଣାପଡିବ

ପ୍ରିୟ ଅପ୍ରିୟର ଫରକ

ପ୍ରତିଟି ଖାଦ୍ୟର ମୂଲ୍ୟ ଯାହା ଥାଉ


ଆଉ ଯାହା ପ୍ରିୟ

ତାକୁ ବେସି ବେସି

ଖାଇବାକୁ ଇଚ୍ଛା ବଳେ

ନ ମିଳିଲେ ଚାତକ ପ୍ରାୟ

ଅନାଇଁ ଅନାଇଁ ବେଳ ଗଡିଯାଏ


ଖାଦ୍ୟରେ କିଏ ମୋର ପ୍ରିୟ

କାହାକୁ କହିବି

ବାଛିବି କେମିତି

ମୋ ଓଡିଆ ଘରେ

ପଖାଳ ଲୁଣ ଲଙ୍କା

ପିଆଜ ଶାଗ ବଡି

କଳମ ମଦରଙ୍ଗା ଶାଗ ରାଇ

କଷି ବାରି ବାଇଗଣ

ଆଳୁ ଚକଟା

କାମଳା ଆଚାର

ସଜନା ଛୁଇଁ ଭଜା

ଦହି କାଞ୍ଜି

ଖୁଦୀ ପିତା

କୋଳଥ ମୁଗ ଡାଲି

ଚୂନା ମାଛ ଭଜା

ଚିଲିକା ସୁକୁଆ ରାଇ

କିଏ ପ୍ରିୟ ନୁହଁ

ଯିଏ ଯେତେ ପଚାରିଛି

କାହାକୁ ଏଯାଏ

ଉତ୍ତର ଫେରାଇନି କିଏ ପ୍ରିୟ

ଆଜି ତାହା କହିବି କେମିତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract