STORYMIRROR

Narayan chandra Senapati

Romance

2  

Narayan chandra Senapati

Romance

ପ୍ରିୟ....ଚିରିଦେଲ କି ମୋ ପତ୍ର

ପ୍ରିୟ....ଚିରିଦେଲ କି ମୋ ପତ୍ର

1 min
233

ହେ ପ୍ରିୟ

ଚିରିଦେଲ କି ମୋ ପତ୍ର

ପ୍ରୀତିର କଲମରେ ପ୍ରେମର କାଳି ଦେଇ

କେଡେ ସରାଗରେ ଲେଖିଥିଲି ସେ ପତ୍ର

ଆଖିର ଲୁହ ଗୁଡାକ ଟପ୍ ଟପ୍ ପଡି

ବୋଧ ହୁଏ ଅସ୍ପଷ୍ଟ ହୋଇଗଲା

ନାଁ ଅଣଦେଖା କରି

ଟିକ୍ ଟିକ୍ କରି ଚିରିଦେଇ

ଭାଙ୍ଗିଦେଲ ମୋ ଦରଦୀ ହୃଦୟକୁ


 ଜାଣିଛ

ଉତ୍ତର ଅପେକ୍ଷାରେ ମୁଁ କେମିତି

ଚାତକ ପରି ଚାହିଁ ରହିଥିଲି

ପାର୍ଶ୍ୱର ମୁଖ୍ୟ ଆସନଟା ବି

ଏଯାଏଁ ଚାହିଁରହିଛି ତୁମ ଆସିବା ବାଟକୁ

ମୋ ଉତ୍କଣ୍ଠିତ ହୃଦୟଟା ଜୀଇଁ ଜୀଇଁ

ମରି ଶୋଇଛି

ପାଇବାକୁ ତୁମ ସଜ ପରଶକୁ

ସ୍ମୃତିର ଡାଏରୀ ଖୋଲି

ପଢ଼,ହସ,ଆଉ ଉତ୍ତର ଦିଅ

ଶାନ୍ତି ଦିଅ ଏ ସନ୍ତାପିତ ହୃଦୟକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance