ପ୍ରିୟ ବନ୍ଧୁତା
ପ୍ରିୟ ବନ୍ଧୁତା
ସବୁ ସମ୍ପର୍କର ଉର୍ଦ୍ଧରେ ବନ୍ଧୁତା
ରକ୍ତର ସଂପର୍କ ନଥାଇ ବି ଅଛି
କେତେଯେ ଭରଷା ଆଉ ବିଶ୍ୱାସ ,
ବନ୍ଧୁତା ଆମର କେବେତୁଟିବ ନାହିଁ
ଥମିଗଲେ ବି ମୋର ନିଃଶ୍ୱାସ ,
ବିଶ୍ୱାସ ବଦଳରେ ସମ୍ପର୍କ ହୁଏ ଗଭୀର
ମୋ ବନ୍ଧୁତା ରେ ସ୍ୱାର୍ଥ ନାହିଁ ବନ୍ଧୁ
ମୋର ବିଶ୍ୱାସ ହୃଦୟ ରୁ କର ,
ବିଶ୍ୱାସ ର ମୂଲ୍ୟ ଯିଏ ବୁଝିଛି
ସେ କେବେ କରିପାରେନା ଛଳନା
ବିଶ୍ୱାସ ଥରେ ଭାଙ୍ଗିଗଲେ ଆଉ ଯୋଡି ପାରେନା ,
ସେମିତି ମୁ ତୁମକୁ ବିଶ୍ୱାସ କରେ ବାବୁ
କେବେ ମୋ ବିଶ୍ୱାସରେ ବିଷ ଦେଇ ଚାଲିନଯିବୁ,
ଏତିକି ମୋର ବିଶ୍ଵାସ ବନ୍ଧୁତା ର
ଡୋର କେବେ ଛିଣ୍ଡେଇ ନ ଦେବୁ ବାବୁ ,
ତୁମ ଆଖିରୁ ଝରିଲେ ଲୁହର ଧାର
ମୋ ଛାତିରୁ ଝରଇ ରକ୍ତର ଧାର
ଏମିତି ଦୃଢ ଆମ ବନ୍ଧୁତାର ଶକ୍ତଡୋର ,
ତୁମେ ଝୁଣ୍ଟି ପଡିଲେ କଷ୍ଟ ମୋତେ ହୁଅଇ
ଏ ରୋଗୀର ଔଷଧ ବନ୍ଧୁ ତୁମେ ଅଟଇ ,
ତୁମେ ମୋ ଆଖିର ନୟନ ହୃଦୟର ସ୍ପନ୍ଦନ
ତୁମ ବନ୍ଧୁତା ମୋ ପାଇଁ ସ୍ୱର୍ଗର ବରଦାନ ।
