STORYMIRROR

Puspanjali Panda

Inspirational

4  

Puspanjali Panda

Inspirational

ପ୍ରିୟ ଭୂମି

ପ୍ରିୟ ଭୂମି

1 min
369


ଚୈତ୍ର ର ଶେଷେ 

ଵୈଶାଖ ପ୍ରବେଶେ

ଆଦ୍ୟ ମାସ ହୁଏ ମେଷ

ଉତ୍ତରାୟଣ ରେ

ବିଷୁବ ରେଖାରେ

ଚଳନ୍ତି ପ୍ରଭୂ ଆଦିତ୍ୟ

ଆଜି ଓଡ଼ିଆ ନୁଆ ବରଷ

ସର୍ବେ ମୁଖ ହସ ହସ ।


ବୀର ହନୁମାନ

ଲଭିଥିଲେ ଜନ୍ମ

ବିଷୁବ ସଂକ୍ରାନ୍ତି ଆଜ

ମେରୁ ଯାତ୍ରା ହୁଏ

ପଣା ପାନ ହୁଏ

ପ୍ରଖର ରବିଙ୍କ ତେଜ

ଆଜି ଓଡ଼ିଆ ନୁଆ ବରଷ

ସର୍ବ ମୁଖେ ହସ ହସ।


ଦାରୁଣ ନିଦାଘ 

ତାପ ଉଦ୍ଗୀରଣ

ଗ୍ରୀଷ୍ମ କଷ୍ଟ ଆରମ୍ଭିଲା

ଚଡକ ପର୍ବର 

ଝାମୁ ଯାତରାର

ମେଲଣ ମେଳା ଲାଗିଲା

ଘଣ୍ଟ ପାଟୁଆ ନାଚରେ

ଦଣ୍ଡ ନାଟର ଭକ୍ତିରେ

ଦିବ୍ୟ ଜ୍ୟୋତି ପ୍ରକାଶିଲା 

ଆଜି ଓଡ଼ିଆ ନୁଆ ବରଷ

ସର୍ବ ମୁଖେ ହସ ହସ।


ଅପୂର୍ବ ଶୋଭାର

ଅମୃତ ପଣାର

ରସ ପେୟ ତୃପ୍ତୀ ଦାନ

ବୃନ୍ଦାବତୀ ଲାଗି

ବସୁନ୍ଧରା ଠେକି

ଜଳବିନ୍ଦୁ ସମର୍ପଣ

ଦିନଲିପି ପଞିକାର

ଜଗନ୍ନାଥ ସଂସ୍କୃତି ର

ନୂଆବର୍ଷ ରପ୍ରମାଣ

ଆଜି ଓଡ଼ିଆ ନୁଆ ବରଷ

ସର୍ବ ମୁଖେ ହସ ହସ।


ସୂର୍ଯ୍ୟ ଙ୍କ ପ୍ରଖର

ପ୍ରକୋପ ହୁଅଇ

ରୌଦ୍ର ତାପ କାଟିବାକୁ

ଛେନା କ୍ଷୀର ଦହି 

ନବାତ ଗୁଡ଼ର

ପଣା ମିଳେ ପିଇବାକୁ

ତନୁ ମନ ଶୀତଳତା ଭରେ

ପାଟୁଆ ନାଚ ଶକ୍ତୀ ପିଠରେ

ଆଜି ଓଡ଼ିଆ ନୁଆ ବରଷ

ସର୍ବ ମୁଖେ ହସ ହସ।


ଓଡ଼ିଶାର ସ୍ଥିତି

ଓଡ଼ିଆ ସଂସ୍କୃତି

ଅନୁସାରେ ପରମ୍ପରା

ବାରମାସେ ତେର

ପରଵ ପାଳନ୍ତି

ପ୍ରାଚୀନ ଏ ଜାତି ପରା

ବିକ୍ରମ ଙ୍କ ରାଜ୍ୟାଭିଷେକ

ପୂଜା କରେ ସୌର ଉପାସକ

ଆଜିଓଡ଼ିଆ ନୁଆ ବରଷ

ସର୍ବ ମୁଖେ ହସ ହସ।


ଜଳ ସଂକ୍ରାନ୍ତି ରେ

ଓଡ଼ିଶା ଉପରେ

ବାୟୁଗତି ବଢିଯାଏ

ଅଗ୍ନୀ ବର୍ଷା ରେ

ପ୍ରଚଣ୍ଡ ପ୍ରହାରେ

ହନୁମାନଙ୍କ ର ପୂଜା ହୁଏ

ସବୁ କାମ ଶୁଭ ହୁଏ 

ପଣା ସଂକ୍ରାନ୍ତି ଇଏ

ଆଜି ଓଡ଼ିଆ ନୁଆ ବରଷ

ସର୍ବ ମୁଖେ ହସ ହସ।


Rate this content
Log in

Similar oriya poem from Inspirational