STORYMIRROR

Puspanjali Panda

Romance

3  

Puspanjali Panda

Romance

ପ୍ରିତୀପ୍ରଦ

ପ୍ରିତୀପ୍ରଦ

1 min
88

ପ୍ରେମ ଅଟେ ସେତ ଛାତି ର ଦରଜ

ଅପଲକ ଆଖି ଲୁହ

ଚନ୍ଦନ କସ୍ତୁରୀ ମହକରେ ଭରା

ପ୍ରିତୀପ୍ରଦ ପ୍ରତି କୋହ

ମନ ଅଗଣା ଟା ପାରିଜାତ ବନ

ପାରିଜାତ ଫୁଟୁଥାଏ

ତୋଳିନେବ ଯେତେ ଫୁଟୁଥିବ ସେତେ

ସରାଗରେ ଝୁଲୁଥାଏ

ସବୁୠତୁ ଲାଗେ ବସନ୍ତ ପରାଏ

ପ୍ରେମ ୠତୁ ସରେନାହିଁ

ଫୁଲେଇ ଜହ୍ନ ଟା ଫୁଲୁଥାଏବେଶି

ସ୍ମୃତି କୁ ରଖେ ଜୀଆଇ

ମାନ ଅଭିମାନ ସ୍ନେହ ସମ୍ମାନର

ଅନନ୍ୟ ସେ ଅନୁଭବ

ଝଡ଼ଝଞ୍ଜା ଯେତେ ଜୀବନର ପଥେ

ଦିଏନାହିଁ ପରାଭବ

ପ୍ରେମରେ ନିଶ୍ୱାସ ବିଶ୍ୱାସ ରେ ଚାଲେ

ପ୍ରେମାସ୍ପଦ ଯେ ଈଶ୍ୱର

"ସକଳ ବୈଭବ ପ୍ରେମରେ ପ୍ରାପତ"

ଗୋଟିଏ ବାର୍ତ୍ତା ବିଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance