ପରିଶ୍ରମ
ପରିଶ୍ରମ


ପରିଶ୍ରମୀ ଜନେ ଲକ୍ଷ୍ମୀ ପ୍ରାପ୍ତ ହୁଏ,
ନିରାଟ ସତ୍ୟ ବଚନ:
କର୍ମ ତତ୍ପରତା ଅଳଙ୍କାର ମଣୀ,
ସ୍ୱାଭିମାନେ ରଖେ ମାନ::
ଯିଏ ପରିଶ୍ରମୀ ସିୟେ ସ୍ୱାଭିମାନି,
ହାତ ପତାଏନି କାହାକୁ:
ଖାଏନି ଉଦ୍ଧାର ଡରେନି ଅଧର୍ମେ,
ପ୍ରଶୟ ଦିଏନି ଦୁଃଖକୁ::
ପରିଶ୍ରମୀ ସଦା ନିଜ କର୍ମକରେ,
ମିଥ୍ୟାକୁ ଦିଏନି ପ୍ରଶୟ:
ଗୁଜବ କୁହାକୁ ମନରୁ ଦୁରେଇ,
ଦୁଃଖରୁ ହୁଏ ସେ ବିଜୟ::
ପ୍ରତିଦିବସରେ କରିଚାଲେ କର୍ମ,
ଧରି ଭଗବାନ ନାମ:
ମୁଣ୍ଡ ନପଶାୟେ ଅନ୍ୟର କଥାରେ,
 
; ମୂଲ୍ୟ ହୀନ ଯେଉଁ କର୍ମ::
କର୍ମରୁ ହିଁ ଶାନ୍ତି କର୍ମରୁ ହିଁ ମୁକ୍ତି ,
ଜାଣି ଥାଏ ପରିଶ୍ରମୀ:
ମହାଳିୟା ଖାଇ ଘୁଙ୍ଗୁଡ଼ି ମାରିବା,
କରି ହେବନାହିଁ ଧର୍ମୀ::
ମନୁଷ୍ୟର କର୍ମ ସହ ମନୋବଳ,
ବଢ଼େଇ ନିଏ ଆଗକୁ:
ମାଗିବାକୁ କେହି ଦୁଆର ସାମନେ,
ପ୍ରଶୟ ଦବାନି କାହାକୁ::
ଉଧାରୀ ରହିଲେ ଛାଡିବେନି କେହି,
ଲୁଟିବେ ନିଜ ମହତ:
କରୁଥିଲେ କର୍ମ ଅଭାବ ଆସେନି,
ମିଳେ ରାତି ଅଧେ ଭାତ::
ମହେଶ୍ୱର ସାହୁ
ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,
ବାଲେଶ୍ଵର(ଭଦ୍ରକ)