STORYMIRROR

SUJATA DAS

Romance

3  

SUJATA DAS

Romance

ପ୍ରୀତି

ପ୍ରୀତି

1 min
141


ମୋ ଲେଖନୀ ଅଗ୍ରେ

   ସ୍ଥାପିତ ଗୋ ତୁମେ

    ଚିର ଦୀପ୍ତ ତେଜସ୍ୱିନୀ

ଶବ୍ଦ ପ୍ରାଚୁର୍ଯ୍ୟର

  ଉତ୍ତାଳ ଉର୍ମିରେ

    ମନ୍ତ୍ରମୁଗ୍ଧ ମନସ୍ବିନୀ ।


ପହିଲି ଆଷାଢ଼

   ନହୁଲି ପରଶ

     ଭିଜା ମାଟି ପ୍ରୀତି ବାସ୍ନା

ଅୟୁତ ସପନ

   ରଙ୍ଗର ଫରୁଆ

      ମନ ଗହନର ତୃଷ୍ଣା ।


ହୃଦୟ ସାଗର

   କଳ୍ପନା ଲହରେ

    ପ୍ରୀତିର ପୁୟୁଷ ଧାରା

ଶୀତ ସକାଳର

   ଶିଶିର ବିନ୍ଦୁରେ

     ତୁମେ ପ୍ରସ୍ପୁଟିତ ପରା ।


ମନ ଯମୁନାର

   କଦମ୍ବ ବନରେ

     କୁହୁକ ବଂଶୀର ସ୍ଵନ

ପ୍ରାଣ ଦୀପାଳିର

   ଅମ୍ଲାନ ବର୍ତ୍ତିକା

     ଆତ୍ମାରେ ଜାଜୁଲ୍ୟମାନ ।


ମୁଗ୍ଧ କବିତାର

   ସ୍ନିଗ୍ଧ ରୂପାୟନ

     ପବିତ୍ର ଅଳକନନ୍ଦା

ପ୍ରଶ୍ୱାସ ବାୟୁର

   ବଉଳ ପେନ୍ଥିରେ

     ପ୍ରୀତିର ରଜ୍ଜୁରେ ବନ୍ଧା ।


Rate this content
Log in

Similar oriya poem from Romance