STORYMIRROR

Santosh Pattnayak

Romance Tragedy

3  

Santosh Pattnayak

Romance Tragedy

ପ୍ରୀତି ପରିତ୍ୟାକ୍ତେ ପୁନେଇଁ ରାତି

ପ୍ରୀତି ପରିତ୍ୟାକ୍ତେ ପୁନେଇଁ ରାତି

1 min
14.6K


ଆଙ୍କିଥିଲ ଯୋଉ ପିରତୀ ଚୁମ୍ବନ

ମନୁ ଫିଙ୍ଗି ଭୟ ଭୀତିକୁ

ସାକ୍ଷୀ ଥିଲା ଏଇ କୁଆଁର ପୁନେଇଁ

ପଚାରି ପାର ସେ ଜହ୍ନକୁ....0

କୁଆଁରୀ ମେଳରୁ ଆନମନା ମନେ

ଆସିଥିଲ ଯେବେ ପାଖକୁ

ଅସରନ୍ତି ତୃଷ୍ଣା ମେଣ୍ଟି ଯାଇଥିଲା

ପାଇ ତୁମ ଓଷ୍ଠ ମଧୁକୁ....୧

ଜହ୍ନ ଢାଳିଥିଲା ଶୀତଳ ଜୋଛନା

ଦେଖି ଦୁହିଁଙ୍କ ପ୍ରୀତିକୁ

ମୋତେ ମିଳିଥିଲା ଆଞ୍ଜୁଳେ ସପନ

ଆଦରି ତୁମର ମନକୁ....୨

ବିହିଲେଖା ଭାଗ୍ୟ ବାମ କିବା ହେଲା

ସାଉଁଟୁଛି ଏବେ ସ୍ମୃତିକୁ,

ଶୀତଳ ଜୋଛନା ଦେଇକି ଲାଞ୍ଛନା

ଭ୍ରମିତ କରଇ ମତିକୁ....୩

ବୟସ ବିଳାସ ବିଳପୁଚି ଏବେ

ଗୁଣି ଗୁଣ ଗାରିମାକୁ,

ସମୟ ସ୍ରୋତରେ ଅତୀତ ଭାସୁଛି

ନିତି ନିନ୍ଦି ନିଜ କର୍ମକୁ....୪

ସୁଖ ଶାନ୍ତି ଏବେ ସାତ ସପନ ମୋ'

ସାହା ସେଇ ଚଉବାହାକୁ ,

କଣ୍ଟଦେଲା ପୁଣି ପୁନେଇଁ ରାତିଟା

ଆସିଯିବ ଆର ବର୍ଷକୁ....୫

{- ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ}


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance