STORYMIRROR

Bijay Prusty

Romance

3  

Bijay Prusty

Romance

ପ୍ରୀତି ପାର୍ବଣ

ପ୍ରୀତି ପାର୍ବଣ

1 min
212


ଶ୍ରାବଣେ ଶ୍ରାବଣୀ ରୁଣୁ ଝୁଣୁ ତାନେ

ଗାଇଥିଲା କେତେ ଗୀତ

ଦେହ ମନ ତୁମ ଭିଜିଥିଲା ସଖୀ

ମନ ମୋର ହେଲା ପ୍ରୀତ I

ଅଶିଣ ଆକାଶେ ତାରାଫୁଲ ସବୁ

ଦିଶିଲେଣିି ମନଲୋଭା

ମନ ହୁଏ ସବୁ ଗୋଟି ଗୋଟି ତୋଳି

ମଣ୍ଡିଦେବି ତୁମ ଗଭା I

ଜହ୍ନକୁ ଖଞ୍ଜିବି ତୁମ ଗଳାହାରେ

ପଦକ ଗୋଟିଏ କରି

ନଈପଠା ଧାରୁ ତୋଳି ମୁଁ ଆଣିବି

କାଶଫୁଲ କେରି କେରି I

ତୁମରି ଦେହର ତୋଫା ଆଲୁଅରେ

ମଳିନ ଦିଶିବ ଜହ୍ନ

ପାର୍ବଣର ଖୁସି ମନାଇବା ଚାଲ

ଉଛନ୍ନ ହେଲାଣି ମନ I

       


સામગ્રીને રેટ આપો
લોગિન

Similar oriya poem from Romance