STORYMIRROR

Prasanna kumar sahu

Romance

3  

Prasanna kumar sahu

Romance

ପ୍ରୀତି ଗୋଲାପ

ପ୍ରୀତି ଗୋଲାପ

1 min
139

ଦେଖି ପାରୁନାହିଁ

ତୁମକୁ ସିନା ହେ

ରହିଛି ଅନେକ ପ୍ରୀତି,

ଗୋଲାପ ଫୁଲରେ

ମୋ ନାମକୁ ଲେଖି

ଦେଉଅଛି ପରା ନିତି।


ଗୋଲାପର ସିନା 

କୋମଳ ପାଖୁଡ଼ା

ନାମ ମୋ ତହିଁରେ ଅଛି,

ସାଦରେ ତାହାକୁ

ଗ୍ରହଣ ନକଲେ

ମନ ଟି କଷ୍ଟ ହେଉଛି।


ଯଦି ନେଉଅଛ

ସାଦରେ ତାହାକୁ

ତୁରନ୍ତ ଜଣାଇ ଦେବ,

ସେହି ଗୋକାପରୁ

ମୋ ପ୍ରୀତି ଗହିର

ନିଶ୍ଚିତ କଳି ପାରିବ।


ତୋଳି ମୁଁ ଆଣୁଛି

ସଜ ଗୋଲାପ କୁ

ନାମ ସେଥିରେ ଲେଖୁଛି,

ସଜ ସକାଳର

ହୃଦୟର ପ୍ରୀତି

ତୁମକୁ ଆରପୁ ଅଛି।


Rate this content
Log in

Similar oriya poem from Romance