STORYMIRROR

Kalandi pal

Classics Fantasy

4  

Kalandi pal

Classics Fantasy

ପ୍ରୀତି ଚୋର

ପ୍ରୀତି ଚୋର

1 min
385


ଲକ୍ଷ୍ମୀ ପ୍ରାଣଧନ ହେ ଚକାନୟନ

   ଗଳାରେ ତୁଳସୀ ହାର

ଫିଙ୍ଗିଦିଅ ହାର  ହେ କଳାଠାକୁର

   ମାତା ହେବେ ଗର ଗର

କାଳେ, ହେବ ସଉତୁଣୀ ତାର l0l


କୁଞ୍ଜବନେ ରାସ ହାସ ପରିହାସ

    ରାଧା ଗୋପାଙ୍ଗନା ନେଇ

ଯୁଗଳ ମୂରତି କୁଞ୍ଜରେ ବନ୍ଦାନ୍ତି

   ମନ କି ମାଲିଲା ନାହିଁ

କାନ୍ଧେ ଧରି ବୃନ୍ଦା ଲୁଚିଗଲ ସିଧା

   ବାଇ କଲା ପ୍ରେମ ତାର l1l


ଧରି ଜଳନ୍ଧର ରୂପ ହେ ଠାକୁର

   ହରିଲ ବୃନ୍ଦା ସତୀତ୍ୱ

ପିନାକୀ ଧାରି ତ ତାକୁ ବଧ କରି

   ଯୁଦ୍ଧେ ପାଇଲେ କୃତିତ୍ୱ

କିଏ ସେ ବୁଝିବ ତୋ ମନ ମାଧବ

   ତୁହି ଅଟୁ ପ୍ରୀତି ଚୋର l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics