ପ୍ରୀତି ଚୋର
ପ୍ରୀତି ଚୋର
ଲକ୍ଷ୍ମୀ ପ୍ରାଣଧନ ହେ ଚକାନୟନ
ଗଳାରେ ତୁଳସୀ ହାର
ଫିଙ୍ଗିଦିଅ ହାର ହେ କଳାଠାକୁର
ମାତା ହେବେ ଗର ଗର
କାଳେ, ହେବ ସଉତୁଣୀ ତାର l0l
କୁଞ୍ଜବନେ ରାସ ହାସ ପରିହାସ
ରାଧା ଗୋପାଙ୍ଗନା ନେଇ
ଯୁଗଳ ମୂରତି କୁଞ୍ଜରେ ବନ୍ଦାନ୍ତି
ମନ କି ମାଲିଲା ନାହିଁ
କାନ୍ଧେ ଧରି ବୃନ୍ଦା ଲୁଚିଗଲ ସିଧା
ବାଇ କଲା ପ୍ରେମ ତାର l1l
ଧରି ଜଳନ୍ଧର ରୂପ ହେ ଠାକୁର
ହରିଲ ବୃନ୍ଦା ସତୀତ୍ୱ
ପିନାକୀ ଧାରି ତ ତାକୁ ବଧ କରି
ଯୁଦ୍ଧେ ପାଇଲେ କୃତିତ୍ୱ
କିଏ ସେ ବୁଝିବ ତୋ ମନ ମାଧବ
ତୁହି ଅଟୁ ପ୍ରୀତି ଚୋର l2l
