ପ୍ରୀତି ଅନୁରାଗ
ପ୍ରୀତି ଅନୁରାଗ
ସ୍ରଷ୍ଠା ଙ୍କ ର ଅପୂର୍ବ ସ୍ରୁଷ୍ଟି ରେ ଜୀବ ଜନ୍ତୁ କୀଟ ପତଙ୍ଗ ଠାରୁ ଆରମ୍ଭ କରି ସ୍ଥାବର ଜଙ୍ଗମ ଯାଏଁ ସବୁ କେମିତି ନୂଆ ଉଦ୍ଦୀପନା ଓ ଭାବନା ରେ ମସଗୁଲ
ଇଶ୍ଵର ଙ୍କ ଗୁଣ ଗାନ କରି ପରସ୍ପର ମଧ୍ୟରେ
ସୁ ସମ୍ପର୍କ ର ସେତୁ ନିର୍ମାଣ ପାଇଁ ବ୍ୟଗ୍ର ଥିଲେ ସଭିଏଁ
କି ବିଚିତ୍ର ମୁହୂର୍ତ୍ତ ଥିଲା କେଜାଣି
ଅମା ଅନ୍ଧକାର ମଧ୍ୟରେ ମନେ ମନେ ଭାରି ଖୁସି ର ମାହୋଲ ତିଆରି କରି ଜନ୍ମ ଜାତକ ର ଖିଅ ଖୋଜୁଥିଲା
ଗୋଟାଏ ଶୁଭ୍ର ରଙ୍ଗ ର ସୁମନ
ଏଇ ପୁଣ୍ଯ ମୁହୂର୍ତ୍ତର ଭାବ ବେଳରେ
ଉଡିଆସି ପାଖରେ ଠିଆ ହୁଏ
କଳା ରଙ୍ଗର ଧଳା ଗାରପକା ଭଅଁର ଟିଏ
ଦେଖୁ ଦେଖୁ ବିମୋହିତ
କଳ୍ପେ କଳ୍ପେ ଭାବ ର ଭାଷା ଚରିତ
କିଛି ଗୋଟେ ହେବ କି
ଶୂନ୍ୟତା ଖାଲି ହେଲା ଘାଣ୍ଟି ଚକଟି
ପୂର୍ଣ୍ଣତା ପାଇଁ ଦୁଇ ସତ୍ତା ଗୋଟି
ଚାହାଣୀ ନିଏ ରୂପ କାହାଣୀ ର
ଇଶ୍ୱର ଙ୍କ ଇସାରା ବୋଧେ
ଏଇଆ ନା.. କେବଳ ମୁଣ୍ଡ ଟୁଙ୍ଗାରି ସନ୍ମତି
ତାପରେ
ଦୁହେଁ ଧନ୍ୟବାଦ
ପରିଚୟ ପ୍ରଦାନ ପରେ ହେଲା ଆଲିଂଗନ
ସୁମନ କହୁଥିଲା ଭଅଁର କୁ
ଆସ. ନା. ଆସ
ଟିକେ ଆଉ ଛୁଇଁ ଦିଅନା
ସେଇୟା ବି ହେଲା
କିନ୍ତୁ ଦେଖି କି
କଣ୍ଟା ଅଛି ପାଖରେ
ସବୁ କିଛି ହେଇଗଲା ଗୋଟିଏ ମୁହୂର୍ତ୍ତ ଭିତରେ..
ଏକାକାର ହେଇଗଲା ସବୁ ପାରିଲା ପଣିଆ ଓ ସବୁ ଆସ୍ବାଦନ ର ପୁଣ୍ଯ ପରାଗ
ରାତି ରେ କିଛି ଜଣା ପଡି ନ ଥିଲା
ଫୁଲ ଶୋଇ ପଡିଲା ନିଘୋଡ ନିଦରେ
ସୁନେଲି କିରଣ ରେ ମୁହଁ ଟେକି ଦେଲାବେଳେ ଦେଖେ
ରାତି ରେ ସାଥୀ ହୋଇଥିବା ଜୀବ କୁ
ସେ ନିଶ୍ଚଳ କାଇଁ ପାଇଁ
କିନ୍ତୁ ସେ ଉଠିଲା ନି
କାନ୍ଦି କାନ୍ଦି ଲୁହ ପୋଛି ଦିଏ ପାଖୁଡ଼ା ରେ
ନିଜକୁ ଦେଖେ
ନିଜ ଦେହରେ ଏ ଗୋଲାପୀ ରଙ୍ଗ ଆସିଲା କୁଆଡୁ
ଇଶ୍ୱର ଙ୍କ ଦୈବୀ ବାଣୀ ହେଲା
"ସେଇ ଭଅଁର ଟି ତୁମ ପାଇଁ ସବୁ କିଛି କରି ଦେଇ ଜୀବନ କୁ ବାଜି ଲଗେଇ ଦେଲା
ସେ ରୁ ପ୍ରେମ ରାଇଜ ରେ ଉଦାହରଣ ହେଇଗଲା କେବଳ ତୁମ ପାଇଁ
ତ୍ୟାଗ ଯୁଗ ରୁଚି ପାଇଁ
ରାତି ର ସାଥୀ ପାଇଁ
ସମ୍ପର୍କ ର ମଧୁ ସଙ୍ଗୀତ ଗାନ ପାଇଁ "
