STORYMIRROR

Sanjya Tripathy

Classics

4  

Sanjya Tripathy

Classics

ପରୀକ୍ଷଣ ସଞ୍ଜୟ କୁମାର ତ୍ରିପାଠୀ ବର୍ଷା ବିଧୌତ ଧରଣୀର ବକ୍ର ବଂଧୁର ବାହୁବ ଧନୀରେ । ମୁଁ

ପରୀକ୍ଷଣ ସଞ୍ଜୟ କୁମାର ତ୍ରିପାଠୀ ବର୍ଷା ବିଧୌତ ଧରଣୀର ବକ୍ର ବଂଧୁର ବାହୁବ ଧନୀରେ । ମୁଁ

1 min
338


ବର୍ଷା ବିଧୌତ ଧରଣୀର ବକ୍ର ବଂଧୁର ବାହୁବ ଧନୀରେ

ମୁଁ ପ୍ରଲୁବଧ ପ୍ରିୟାର ପଣତ କାନିରେ

ପରାହତ କାମନାର ହୋଲି ଖେଳି

ଫଗୁଣର ଚିରଂତନୀ ରଂଗରେ ସଜିତ

ମୁଁ ଆବିଷ୍କାର କରେ ମୋର ବିଦ ବିରହ ବେଦନାର ମୂକସାକ୍ଷୀ

ମିତା-ତୁମେ ଚପଳା, ଚଳଚଳା

ନିତ୍ୟ ପରିବର୍ତ୍ତନ ଶୀଳ ଦୁନିଆଁର ସମସ୍ତ ଘାତ ପ୍ରତିଘାତ ଝଡଝଜା

ସହିବାର

ଶକ୍ତି ଓ ପ୍ରେରଣା ଭରିଦିଅ ଅବୁଝା ପ୍ରେମିକ ମନରେ

ତୁମରି ଚଲାପଥକୁ ସତୃଷ୍ଣ ନୟନରେ ଚାହିଁ ରହିଥିବା

ଅନତିକ୍ରମଣୀୟ ଦୂରତ୍ବର ମାଇଲ ଖୁଟି

ସେ ଦିଗ୍ୟତ ବିସ୍ତାରୀ ଲେଲିହାନ ଅଗ୍ନିଶିଖା

ବେଳାଭୂମି ଓ ମଶାଣିର ବିଲୁପ୍ତ ପ୍ରାୟ ପ୍ରଜାତି

ଅସଂଖ୍ୟ ଅସ୍ପଷ୍ଟ ପଦଚିହ୍ନ ମଧ୍ୟରୁ

କିଏ ସେ ପରମ ପୁରୁଷ

ପର୍ଯ୍ୟବେକ୍ଷଣ ଓ ଅନୁସଂଧୂମ୍ବାର ବାର୍ଭାବହ

ଯୁଗସଂଧୂର ଚରମ ମୁହୁର୍ଭର ମୂକସାକ୍ଷୀ

କିଏ ସେ ଯୁଗପୁରୁଷ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics