STORYMIRROR

Hitendra Mohanta

Classics

3  

Hitendra Mohanta

Classics

ପରୀ ସବୁଜ

ପରୀ ସବୁଜ

1 min
342

କି ଦେଖିଲା ମୋ ନେତ୍ର ଆଜ

ପ୍ରିୟା ଦିଶେ ଆହା ପରୀ ସବୁଜ

ଲଲାଟରେ ଶୋଭା ସିନ୍ଦୁର ସଜ

ସତେ କି ଲାଗଇ ପ୍ରାତ ସୂରୁଜ

ଚପଳା ଆଖିରେ ନୁଅଁଇ ସଞ୍ଜ

ଭ୍ରୂଲତା ଭାଙ୍ଗଇ ଅଳସ ଶେଯ

କି ଦେଖିଲା ମୋ ନେତ୍ର

କେଶ କୁନ୍ତଳରେ କୃଷ୍ଣ ନିଖୋଜ

ବନେ ମଯୂରୀର ପୁଚ୍ଛର ତେଜ

ପ୍ରିୟାର ଅଧର ରାସର କୁଞ୍ଜ

ପ୍ରୀତି ପୀୟୂଷରେ ପ୍ରେମର ଶୌର୍ଯ୍ୟ

କି ଦେଖିଲା ମୋ ନେତ୍ର

ମୁହଁରେ ମାଖିଛି ଜ୍ୟୋତ୍ସ୍ନା ମୁରୁଜ

ଲାଜେ ଝାଉଁଳନ୍ତି ତାରକା ପୁଞ୍ଜ

ଚିବୁକରେ ମଧୁ ସୋହାଗ ବ୍ରଜ

ପ୍ରିୟତମା ଲାଗେ କବିତା ଭଞ୍ଜ

କି ଦେଖିଲ‍ା ମୋ ନେତ୍ର ଆଜ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics