ପରୀ ସବୁଜ
ପରୀ ସବୁଜ
କି ଦେଖିଲା ମୋ ନେତ୍ର ଆଜ
ପ୍ରିୟା ଦିଶେ ଆହା ପରୀ ସବୁଜ
ଲଲାଟରେ ଶୋଭା ସିନ୍ଦୁର ସଜ
ସତେ କି ଲାଗଇ ପ୍ରାତ ସୂରୁଜ
ଚପଳା ଆଖିରେ ନୁଅଁଇ ସଞ୍ଜ
ଭ୍ରୂଲତା ଭାଙ୍ଗଇ ଅଳସ ଶେଯ
କି ଦେଖିଲା ମୋ ନେତ୍ର
କେଶ କୁନ୍ତଳରେ କୃଷ୍ଣ ନିଖୋଜ
ବନେ ମଯୂରୀର ପୁଚ୍ଛର ତେଜ
ପ୍ରିୟାର ଅଧର ରାସର କୁଞ୍ଜ
ପ୍ରୀତି ପୀୟୂଷରେ ପ୍ରେମର ଶୌର୍ଯ୍ୟ
କି ଦେଖିଲା ମୋ ନେତ୍ର
ମୁହଁରେ ମାଖିଛି ଜ୍ୟୋତ୍ସ୍ନା ମୁରୁଜ
ଲାଜେ ଝାଉଁଳନ୍ତି ତାରକା ପୁଞ୍ଜ
ଚିବୁକରେ ମଧୁ ସୋହାଗ ବ୍ରଜ
ପ୍ରିୟତମା ଲାଗେ କବିତା ଭଞ୍ଜ
କି ଦେଖିଲା ମୋ ନେତ୍ର ଆଜ.
