STORYMIRROR

SARATA KUMAR DAS

Abstract

3  

SARATA KUMAR DAS

Abstract

ପରିଚୟ

ପରିଚୟ

1 min
224


ପଚାରନା ମୋତେ ମୋ ପରିଚୟ 

ମୁଁ ବାଂଛିତ ନା ଅବାଂଛିତ

ବୈଧ ନା ଅବୈଧ 

ତୁମ ଭଳି ଜନ୍ମ ମୋର

ଶବ୍ଦାୟିତ ଏନ୍ତଡିଶାଳରେ

ଅବା କେଉଁ ଏକ ଅପାନ୍ତେୟ

ନିର୍ଜନ ନିଛାଟିଆ ଅନ୍ଧାରୀ ରାସ୍ତାରେ !!


ଉଦ୍ଭ୍ରାନ୍ତ ଯୌବନର ଉର୍ଦ୍ଧ୍ବମୁଖୀ 

ଜଳନ୍ତା ନିଆଁରୁ ଜନ୍ମ ମୋର ,

କେଉଁ ଏକ ମଖମଲି ପୋଷାକ ତଳେ

ଲୁଚିଥିବା ନାରୀମାଂସ ଲୋଭି 

କାମୁକର କାମାନଳରୁ

ସୃଷ୍ଟି ମୋର  ।।


ଛଳନା,ପ୍ରତାରଣା ଓ ଅବିଶ୍ବାସର

ଉତ୍ତପ୍ତ ଆଗ୍ନେୟଗିରିର

ତରଳ କାନ୍ଥରେ

ଗଢା ମୋର ଷଠିଘର ,

ଅନ୍ଧ ସମ୍ପର୍କର ଅନ୍ଧାରୀ ମୂଳକ

ମୋ ବଂଚିବାର ଠିକଣା, 

ଚୌହଦି ମୋ ଅଣଚାଶ ବା'

ପୃଥ୍ବୀ ମୋର ଭୂଲୁଣ୍ଠିତ

ମୋ ପରିଚୟ ମୋତେ ବି ଅଜଣା ।।


ଶୂନ୍ୟରେ ଝୁଲୁଛି ନୀଡ ମୋର

ରକ୍ତର ଜୀବନ୍ତ ଅକ୍ଷରରେ

ଝଲମଲ ମୋ ଇତିହାସର 

କଳଙ୍କିତ ପୃଷ୍ଠା ,

ନିଃଶବ୍ଦ, ନିସ୍ତେଜ ଓ କୋଳାହଳ ଶୂନ୍ୟ 

ମୋ ଅତୀତ,ବର୍ତ୍ତମାନ ଓ ଭବିଷ୍ୟ ;

ରଙ୍ଗହୀନ ଚଲାପଥ

ଛନ୍ଦହୀନ ଜୀବନର ଗୀତ ।।


ଶୁନଶାନ ନିରୋଳା ସାଗର କୂଳେ

ଘୂରିବୁଲେ ମୁଁ ନିତିଦିନ

ଶବ୍ଦସବୁ ମୋର ଆପଣା ଛାଏଁ 

ମୁକୁଳି ଯାଏ ନିଶଙ୍କୋଚରେ 

ପିଟିହୁଏ ବାର୍ ବାର୍ ଢେଉର ସାଥିରେ ;

ହାତଠାରି ଡାକେ ବେଳାଭୂମି

କହିବାକୁ ମନଖୋଲି 

ମୋ ଅତୀତର ଇତିବୃତ୍ତ

ଭୂକମ୍ପନ ନିଥର ରାତିର

ସ୍ବପ୍ନସବୁ ମୋର କବର ନେବା ପରେ  

ନିଦସବୁ ଭାଙ୍ଗିଗଲା ପରେ ।। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract