STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ପରିଚୟ

ପରିଚୟ

1 min
221

ଜଡରେ ଜୀବନ ସ୍ଥାପନ କରୁ ତୁ

ଅସମ୍ଭବରେ ସମ୍ଭବ

ସାମାନ୍ୟ ଇସାରାରେ

ସରଗର ଚାନ୍ଦ ତୋଳିବାର ପ୍ରୟାସ

କରାଉ ଶକ୍ତିହୀନର ଜାଗରୁକତା ପ୍ରସ୍ଫୁଟନ

ନିରାଶା,ହତାଶାରେ ଆଶାର ଆଲୋକ

ପୁଣି କେବେ,

ସମସ୍ତ ଅବସ୍ଥିତିରେ ବି ଅନୁପସ୍ଥିତି

ବିସ୍ତୀର୍ଣ୍ଣ ଜଳରାଶିରେ ବି ମରୀଚିକା

ସୈ।ଭାଗ୍ୟ,ସୈ। ନ୍ଦର୍ଯ୍ୟ ରେ ପୁଣି

କଳୁଷତାର ଦୁର୍ଭାଗ୍ୟ

କିଏ ତୁ ସର୍ବଶକ୍ତି ଧାରିଣୀ

ଓଲଟ ପାଲଟ କରିବାର ସାମର୍ଥଧାରିଣୀ

ତୁ ତ ଶକ୍ତି ସ୍ବରୁପିଣୀ

ହେଲେ ତୋ ପରିଚୟ?

ତୁ ପ୍ରେମିକା, ଭଗିନୀ ନା ନାୟିକା

ତୁ ତ ଶିବା ଶିବଙ୍କର ପ୍ରେରଣାଦାୟିନୀ ଆଦିଶକ୍ତି

ରୂପ ତୋର ଆବଶ୍ୟକତାକୁ ନେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract