STORYMIRROR

Dr Baman Chandra Dixit

Abstract

3  

Dr Baman Chandra Dixit

Abstract

ପରିଚୟ ପଳାତକ

ପରିଚୟ ପଳାତକ

1 min
11.2K

ମୋତେ କୁହନା କୁହନା ପଳାତକ

ମୁଁ ଯେ ଫେରିବାର ବାଟ ଖୋଜୁଛି।

କାହିଁ କେତେ ଦୂର ଅଜଣା ରାଇଜେ

ନିଜ ପରିଚୟ ନିଜେ ଖୋଜୁଛି।।


ଦିଗବଳୟ ତଳେ ଲୁଚି ଗଲେ ରବି

ଘନ ଅନ୍ଧାର ଘାରିବା ବେଳକୁ।

ଥକି ଗଲା ପରେ ନିରେଖି ନିରେଖି

କେତେ ନେହୁରା ହୋଇଛି କାଳ କୁ।

ଅସହାୟ ନିଃଶ୍ବ ଆକାଶ ଛାତିରେ

ଜୋଛନା ମୂର୍ଚ୍ଚନା ତୋଳିଛି।।


ଆହତ ମୁହୂର୍ତ୍ତ ଶ୍ରାନ୍ତ ଅଭିଲାଶା

କ୍ଳାନ୍ତ ପଦ ଚାପ ଶବଦ।

ଅବରୁଦ୍ଧ କଣ୍ଠୁ ବେଦନାର ସ୍ୱର

ଘନୀଭୂତ ସ୍ତବ୍ଧ କ୍ଷୁବ୍ଧ ବିଷାଦ।

ଶତ କ୍ଷତ ରକ୍ତ ରଞ୍ଜିତ ପାହୁଲ

ଚିହ୍ନ ଆଜିବି ଝାପସା ଦିଶୁଛି।।


ଟୋପେ ଜୀବନ ର ସ୍ୱାଦ ଆବୋରି

ବିତରିଛି ତୃପ୍ତି ତହୁଁ ଅଧିକ।

ବିଞ୍ଚି ଦେବା ପାଇଁ ଶତ ସାନ୍ତ୍ୱନା

ତୃଷା ପାତ୍ରେ ଭରି ଆଶା ସ୍ତବକ।

ସଞ୍ଚି ରଖିଛି କିଞ୍ଚିତ ଆଶ୍ୱାସନା

ସମ୍ଭାବନା ସବୁ ବାଣ୍ଟି ସାରିଛି।।


ତଥାପି ଭରିଛି ଭଗ୍ନ ସ୍ତୁପ ତଳେ

ନିଷ୍ଠା ନିର୍ମାଣର ଅନ୍ୱେଷଣ।

ସୃଷ୍ଟି ସର୍ଜନା ର ଆଦ୍ୟ ପ୍ରାଣ ବାୟୁ

ରିକ୍ତ ଦୀପାଳିର ଶେଷ ଅବସାନ।

ଡେମ୍ଫ ଛଡା ଏକ ଶୁଖିଲା ପତର

ଶାଖା କୁ କି ଫେରି ପାରିଛି।

ଝରି ଝରି ଝୁରି ମରୁଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract