STORYMIRROR

Bharatabandhu Biswal

Action Inspirational Thriller

4  

Bharatabandhu Biswal

Action Inspirational Thriller

ପରିଚୟ ମୋର ଭାରତୀୟ

ପରିଚୟ ମୋର ଭାରତୀୟ

1 min
10


ମାତା ମୋ ଭାରତୀ ଦେଶ ମୋ ଭାରତ

ଭରତବଂଶୀୟ ମୁଁ ଭାରତୀୟ

ଉତ୍ତୁଙ୍ଗ ଉତ୍ତର ପରିଚୟ ମୋର

ଶିର ଆଭୂଷଣ ଯା ହିମାଳୟ ।

ଗଙ୍ଗା ଗୋଦାବରୀ ନର୍ମଦା କାବେରୀ

ବହେ ବକ୍ଷେ ପୂତ ନଦ ଓ ନଦୀ

ପଖାଳେ ମୋ ଦେଶ କରଚରଣକୁ

ସାଗର ବିଶାଳ ମହା ଉଦଧି ।

ତା ଗିରି କାନନ ଭୂମି ସମତଳ

ସବୁଜ ସମ୍ବଳ ପ୍ରାଚୁର୍ଯ୍ୟ ଭରା

ସାରା ଜଗତରେ ମୋ ଦେଶ ଭାରତ

ଅଟଇ ମହାନ ଗୁଣ ନିଆରା ।

ଅନୁସରି ସତ୍ଯ ଅହିଂସା ସୁପଥ

ନୈତିକ ଆଦର୍ଶ ଜୀବନଚର୍ଯ୍ୟା

ଭାରତ କରୁଛି ସଂସ୍ଥିତି ସୁଦୃଢ 

ଅରଜୁଛି ଖ୍ଯାତି ଆତ୍ମମର୍ଯ୍ଯାଦା ।

ସହ ଅବସ୍ଥାନ ସାମାଜିକ ନ୍ଯାୟ

ସୁସଂହତି ଶାନ୍ତି ମୈତ୍ରୀ ପ୍ରଗତି

ମଣେ ବସୁଧାକୁ ଆପଣା କୁଟୁମ୍ବ 

ମହାଭାରତୀୟ ଜାତି ସଂସ୍କୃତି ।

ରାମ କୃଷ୍ଣ ବୁଦ୍ଧ ମହାବୀର ଜୀନ

ସିଦ୍ଧ ତପୋନିଷ୍ଠ ପବିତ୍ର ଭୂମି

ମଣୁଛି ନିଜକୁ ବଡ ଭାଗ୍ଯବାନ

ଦିବ୍ଯ ଏ ଭୂମିରେ ମୁହିଁ ଜନମି ।

ମାତା ଭାରତୀର ସନ୍ତାନ ସନ୍ତତି

ଦୁଃସାହସୀ ବୀର ଅଟେ ଅଜେୟ

ଲକ୍ଷ୍ଯ ତା ଅବ୍ଯର୍ଥ ପ୍ରତ୍ଯୁତ୍ପନମତି

ଅପରିମିତ ତା ବିକ୍ରମ ଶୌର୍ଯ୍ୟ ।

ସେବା ସୁକର୍ତ୍ତବ୍ଯେ ସଦା ସେ ତତ୍ପର 

ଦେଶ ମାତୃକାର ସୁରକ୍ଷା ଲାଗି

ବନ୍ଦେ ମାତରମ ବଜ୍ର ନିର୍ଘୋଷରେ

ପାତି ଦିଏ ଛାତି ଉଠଇ ଜାଗି ।

ପୁଣ୍ଯ ଜନ୍ମଭୂମି ପ୍ରବୁଦ୍ଧ ଭାରତ

ବିଜୟୀ ଯଶସ୍ବୀ ହେଉ ମହାନ

ନେବା ଆସ ଆମ୍ଭେ ଜୀବନେ ଶପଥ

କରିବା ପ୍ରଯତ୍ନ ସଦା ଉଦ୍ୟମ ।

     ----



Rate this content
Log in

Similar oriya poem from Action