STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ପରିବର୍ତ୍ତନଶୀଳ ଦୁନିଆ

ପରିବର୍ତ୍ତନଶୀଳ ଦୁନିଆ

1 min
147


ଶିଶୁର ଆଦର କରୁଥାଏ ଶିଶୁ

ବଡ଼ର ଆଦର ବଡ଼

ଫୁଟା ମଲ୍ଲି ଫୁଲ ସଙ୍ଗରେ ତୁଳନା

ହେବ କିବା ମଲ୍ଲି କଢ।

ଫୁଟା ଫୁଲ ହୁଏ ପୂର୍ଣ୍ଣଚନ୍ଦ୍ର ପରି

ଆଉ ନପାରେ ବଢି

ଫୁଟା ମଲ୍ଲି ଫୁଲ ଫୁଟେ ଆଉ ଥରେ

ଫୁଟେ ସିନା ମଲ୍ଲି କଢି।


ମୁଁ ତ ଶିଶୁ

ମୋର ଛୋଟ ପରିଚୟ

କିନ୍ତୁ ହେବି ବଡ଼ ଦିନେ ମୁଁ ନିଶ୍ଚୟ

ଛୋଟ ହୁଏ ବଡ଼

ଭଙ୍ଗ ହୁଏ ଦଢ

ହେବ ପଛ କଥା ଆଗ

କାହିଁ ପାଇଁ କିମ୍ପା ସାନ ମଣି ବସେ

ପୁଣି ଭାବେ ପଛ ଭାଗ।


ନାହିଁ ମୋହ ପାଇଁ

ଲଜ୍ୟା ଅନାଦର

ପାରିବି ମୁହିଁତ ବଢି।

ଫୁଟିଲା ମଲ୍ଲିକି ଫୁଟେ ଆଉ ଥରେ

ଫୁଟେ ପରା ମଲ୍ଲି କଢି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract