ପରିବର୍ତ୍ତନ
ପରିବର୍ତ୍ତନ
ଗାଁ ଦୃଶ୍ୟ ଆଜି ନୂଆ ନୂଆ ଲାଗେ
କରୋନା ଆସିବା ପରେ।
ପିତା ମାତା ପାଶେ ସମୟ ନଥିଲା
ଆଜି ସବୁବେଳେ ଘରେ ।
ପରିବାରେ ମିଶି ଅତି କୌତୁହଳେ
ମଜାରେ କାଟେ ମୋ ଦିନ ।
ଏକତା ଆସିଛି ପ୍ରତ୍ୟେକ କର୍ମରେ
ନିତି ଉଇଁ ଆସେ ଜହ୍ନ ।
ଆୟ କରିବାକୁ ବାପା କକା ମିଶି
ଚିନ୍ତା କଲେ ଏକ ବୁଦ୍ଧି ।
ଧାନକଳ କଲେ ଘରେ ବସି ନିଶ୍ଚେ
ସମୃଦ୍ଧି ହୋଇବ ବୃଦ୍ଧି ।
ଉନ୍ନତ ଭାବନା ଢାଳେ ଉଦ୍ଦୀପନା
ଏକଥା ରଖିବ ମନେ ।
କରୋନା ହାରିବ ମାନବ ପ୍ରୟାସେ
ଯଦି ରୁହ ବ୍ୟବଧାନେ ।