STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ପରିବର୍ତ୍ତନ

ପରିବର୍ତ୍ତନ

1 min
12K


ମୋ ଥିଲି କେତେ ସୁନ୍ଦର , 

ସବୁଜ ଶାଢ଼ୀଟେ ପିନ୍ଧି ନୂଆ ବୋହୂ ପରି ଦିଶୁଥିଲି ।


କେବେ କେବେ ସେ ଶାଢ଼ୀ ସାରା 

ମାଖି ଯାଉଥିଲା କାକରର ବିନ୍ଦୁ , 

ଶାଗୁଆ ଶାଢ଼ୀଟି ମୋର 

ଆହୁରି ଝଲସି ଉଠୁଥିଲା ।


ଭାରି ଗର୍ବ ଥିଲା ମୋର ,ମୋ ରୂପ ଉପରେ ।


କିଏ କେତେ ଗୀତ ଲେଖୁଥାଏ , 

ଶ୍ୟାମଳ , ଦୂର୍ବାଦଳର ନାମ ନେଇ ।


ଗର୍ବରେ ଫୁଲି ଉଠୁଥିଲି ।


ହେଲେ ...

ଆଜି ସବୁ କିଛି ପରିବର୍ତ୍ତନ ।



ବଢୁଛି ହୋ ହୋ କରି ଜନସଂଖ୍ୟା , 

ଆଉ ବଢୁଛି ସେ ମାନଙ୍କର ଚାହିଦା ।

ରାସ୍ତା ଘାଟର ସୁବିଧା ତାଙ୍କୁ ଲୋଡା , 

ଏ ସହରରୁ ସେ ସହର ଯିବାକୁ 

ଲୋଡା ହେଲା ପଥ ।



କିନ୍ତୁ ଏ ସବୁରେ ବଳି ପଡ଼ିଲି ମୁଁ , 

ନଷ୍ଟ ଭ୍ରଷ୍ଟ ହୋଇଗଲା .. 

ମୋର ସେ ସବୁଜ ବନାନୀ ..



ସେ ସବୁଜ ଘାସ ଗାଲିଚା ଉପରେ 

ଆଜି ପରସ୍ତ ପରସ୍ତ ପିଚୁ , 

ସବୁଜ ଆଜି ପାଲଟିଛି କଳା , 

ଲମ୍ବା ଲମ୍ବା ରାସ୍ତା ,

ଆଖି ପାଉନି ସେ ରାସ୍ତାକୁ ..।



ମୋର ସବୁ ଗର୍ବ ଆଜି ଚୂର୍ମାର ହୋଇ ଗଡ଼ୁଛି , 

ଅତୀତର ସେ ସୁନ୍ଦର , ଶ୍ୟାମଳ 

ରୂପ ଆଜି କଳା ମଚ ମଚ ।


ତଥାପି ମୁଁ ଖୁସି... ।



ମୋର ବଳିଦାନରେ ଆଜି ସ୍ଥାପିତ ହୋଇଛି 

ଗମନାଗମନ ସଂଯୋଗ ।


ମୋର ତ୍ୟାଗରେ ଆଜି ଗଢୁଛି ନୂଆ ସମ୍ପର୍କ ।



Rate this content
Log in

Similar oriya poem from Tragedy