STORYMIRROR

Prafulla Chandra Mishra

Inspirational

2  

Prafulla Chandra Mishra

Inspirational

ପରିବର୍ତ୍ତନ ତା ମୁଁ ଲୋଡୁଥାଏ

ପରିବର୍ତ୍ତନ ତା ମୁଁ ଲୋଡୁଥାଏ

1 min
14.4K


କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


ଏହିମୋ ଭାରତ ଆର୍ଯ୍ୟାବର୍ତ୍ତ ଭୂମି ଏହାର ଗୈାରବ ଆକାଶ ଛୁଆଁ

ଲକ୍ଷ୍ମୀ ବାଇ ,ସୀତା ,ସାବିତ୍ରୀ ଓ ଦୁର୍ଗାଅଟନ୍ତିଏଦେଶମାଟିରମାଆ ,

କେତେ ସଂଭ୍ରମତା କେତେ ସମର୍ପିତା ଇତିହାସ ରଚି ରଖିଲେନାଁ

ସେଇଦେଶସେଇମାଟିରମହକଲୁପ୍ତହୋଇଯାଏକହରେକିଆଁ ।।


ଲୀଳା ବତୀ,କଳା ବତୀ,ମୈତ୍ରେୟ,ଗାର୍ଗୀ ଏମାଟିର ଗର୍ବଗରିମା

ଆଜି ଏ ସ୍ବାଧୀନ ଦେଶରେ ଏଜାତି ଗର୍ବ ଭୁଲୁଣ୍ଠିତକହରେ କିଆଁ

ଆମେ ଆଧୁନିକ ଯୁଗର କନ୍ୟା ପୁରାଯୁଗ କଥାଆଉକୁହନା

ଖୋଲା କେଶ କଟା ଜିନ୍ ବାନିଅନ ଦରକାର ହୁଏ ନାହିଁଓଢଣା ।।


ପୁରାକାଳେ ପରା ଡାକିନୀ ଯୋଗିନୀ ଉନ୍ମୁକ୍ତମଥାରେକରିଲେଖେଳ

ସ୍ବାମୀ ପୁତ୍ରହନ୍ତା ବିବେଚିତ ହୁଏ ଶୃଙ୍ଗାର ନହେଲେ ମଥାର ଚୁଳ

ଖୋଲା କେଶ କରି ଦ୍ରୁପଦ ନନ୍ଦିନୀ କୁରୁବଂଶପାଇଁରଚିଲେକାଳ

ଆଜି ଆଧୁନିକ କହି ଦେଖସର୍ବେବନ୍ଧାଯାଏନାହିଁକାହାରବାଳ ।।


ବୁକୁଖୋଲାପୁଣିପେଟ,ପିଠିଖୋଲାଜାନୁ,ଜଉବନଭୂଗୋଳରେଖା

ପ୍ରଦର୍ଶିତ କରି ରାସ୍ତାରେ ଚାଲନ୍ତି କହିବ କିଏସେ କାହାକୁ ଲଗା

ସ୍ବାଧୀନ ଏମିତି ଉଲଗ୍ନ ମନନ ଦୁଷ୍କର୍ମ ହୁଅଇ ନଗ୍ନିକା* ସାଥେ

କାହାକୁ କହିବା ଦୁଃସହ ଜୀବନ ସମାଜ ଚାଲିଛି ପ୍ରଳୟ ପଥେ ।।


ପିନ୍ଧିବା ପାଇଁକି ବାରହାତ ଶାଢ଼ୀ କଳେବର ପାଦୁ ମସ୍ତକ ଯାଏ

ଲୁଚି ଯାଏ ବୋଲି ଆମ ସଂସ୍କୃତିରେ ଥରେ‌ ରାଧାପଦଦର୍ଶନହୁଏ

ଭୁଲିଯାଇ ଅଛୁ ଏଇ ନୀତି ଭାଷା କହିଲି ଯଦି ବାମୋଦୋଷହୁଏ

ଛିଣ୍ଡୁ ମୋର ଶୀରଧରମଦାଣ୍ଡରେପରିବର୍ତ୍ତନତାମୁଁଲୋଡୁଥାଏ ।।


(*ନଗ୍ନିକା—ଅପ୍ରାପ୍ତ ବୟସ୍କ ବାଳିକା )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational