STORYMIRROR

ମିତା ପଟନାୟକ

Abstract

3  

ମିତା ପଟନାୟକ

Abstract

ପରିବର୍ତ୍ତିତ ସମୟ

ପରିବର୍ତ୍ତିତ ସମୟ

1 min
12K

ମୁଁ କଣ ଜାଣିଥିଲି 

ସମୟଟା ଏମିତି 

ବେଳେ ବେଳେ 

ଏମିତି ଏତେମାତ୍ରା ରେ

ରୂପାନ୍ତରିତ ଆଉ ପରିବର୍ତ୍ତିତ ହୁଏ 

ଠିକ ସେଇଠି 

ଯେଉଠି ଆକାଶ କଥା କହେ 

ଛାଇ ସବୁ ଜୀବ ପ୍ରାପ୍ତ ହୁଅନ୍ତି 

ମୋ ଚାରି ପଟେ ଘୁରି ବୁଲୁଥିବା 

ବିନ୍ଦୁ ବିନ୍ଦୁ ଅସୁବିଧା ସବୁ 

ହଟାତ ସିନ୍ଧୁ ହେଇ 

ମୋତେ ଗ୍ରାସୁଥାଏ

ଅଣନିଶ୍ୱାସୀ ହେଇଥିଵା କଥାରେ ଦଂଶୁ ଥାଏ 

ସମୟ ଟା ଯେତେବେଳେ 

ଅସମୟର ଖୋଳପା ପିନ୍ଧେ 

 ମଣିଷ ଧାଁଉ ଥାଏ 

ପଡି ଉଠି

ଭୂଇଁ ଅରାଣ୍ଡି 

ମନ ଛିଡି ଯାଏ 

ସମ୍ପର୍କରେ ଗଣ୍ଠି ପଡେ

ତଥାପି ସରେନା ଯାତ୍ରା 

ଏନ୍ତୁଡ଼ି ଶାଳ ରୁ 

ଶ୍ମାଶନ ଯାଏ

ପୁଣି ସମୟ ଟା 

ଅସମୟ ର ଖୋଳପା ଭିତରେ 

ଚେକା ମାରି ବସି ଯାଏ

ସମୟ ଆଣେ କିସମ କିସମ ନୁଆଁ

ଆବିଷ୍କାର ଆଉ ଉଦ୍ଭାବନ

ଜୀବନ ବି ବେଶ ଅଭ୍ୟସ୍ତ ହୁଏ

ମାଟି ରାସ୍ତା କଂକ୍ରିଟ ହୁଏ

ମଣିଷ ମନ କୋମଳ ରୁ କଠିନ

ସମୟ ପୁଣି ଆଗେଇ ଯାଏଁ

ତାକୁ ଧରିବାକୁ ଯାଇ ମଣିଷ ପୁଣି

ପାଦ ଉଠାଏ

ଆଗକୁ

ଏକ ନୁଆଁ ସକାଳ ର ନିମନ୍ତ୍ରଣ ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract