ପରିବେଶର ସୁରକ୍ଷା, ପଦକ୍ଷେପ
ପରିବେଶର ସୁରକ୍ଷା, ପଦକ୍ଷେପ
ସୁସ୍ଥ ସମାଜ ସମସ୍ତଂକୁ ଖୁସି ଓ କଲ୍ୟାଣର
ପଥ ପ୍ରଦର୍ଶାଏ
ବହୁବିଦ୍ଧ ଜ୍ଞାନର ସମ୍ମିଳିତ ସମନ୍ୱୟ ଶକ୍ତି
ମଣିଷକୁ ଶିକ୍ଷା ଦିଏ ।
ସମାଜ ହେଉଛି ଏକ ଉତ୍ସର୍ଗୀୃକୃତ ଉତ୍ସାହର
ବାରିଧାରା
ରକ୍ତ ମାଂସର କାୟା ପାଇଁ ସୁସ୍ଥ ସମାଜ ତ
ଶାଶ୍ବତ ସ୍ରୋତ ଧାରା ।
ସୁସ୍ଥ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ଅଟଇ
ସୁସ୍ଥ ପରିବେଶ
ସମାଜ ଓ ପରିବେଶ, ସବୁ ବେଳେ ଏକ
ମୁଦ୍ରାର ଉଭୟ ପାର୍ଶ୍ୱ ।
ଦେଶର ନଦୀ ସମୁଦ୍ର ବଣ ପାହାଡ ଭରା
ଶାନ୍ତ ସ୍ନିଗ୍ଧ ପ୍ରକୃତି
ସୁସ୍ଥ ସମାଜ ଗଠନ ପାଇଁ ଅଟେ ଅତି
ମୂଲ୍ୟବାନ ସମ୍ପତ୍ତି ।
ଖୋଜେ ମଣିଷ ସଦା ବର୍ଷା ଭିଜା ଥିବା
ଗୋଧୂଳି ଲଗନକୁ
ଶାନ୍ତି ପ୍ରୀତିର ଉଦ୍ଦାମ ଲହରୀ ତୋଳେ ଦେଇ
ଆନନ୍ଦ ମନ ଓ ହୃଦୟକୁ ।
ସୁସ୍ଥ ପରିବେଶ ମଣିଷକୁ ନିର୍ମଳ ପବିତ୍ରତା
ଭାବ ଯୋଗାଇଛି
ଦୂଷିତ ପରିବେଶ ସମାଜକୁ ଧ୍ୱଂସାଭିମୂଖୀ
କରାଇଛି ।
ବେଳ ଥାଉ ଥାଉ ପରିବେଶ ଦୂଷିତ ହେବାର
କାରଣକୁ ଖୋଜିବାକୁ ହେବ
ସ୍ୱପ୍ନର ଅନ୍ୟ ଏକ କୋଣାର୍କ ଗଢ଼ିବା ପରି ମନ
ଓ ଆଶାକୁ ଦୃଢ଼ କରିବାକୁ ପଡିବ ।
