Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Inspirational Others

4  

Anita Dash

Abstract Inspirational Others

ପରିବେଶେ ଦେବା ଧ୍ୟାନ

ପରିବେଶେ ଦେବା ଧ୍ୟାନ

1 min
30



ଆତ୍ମାଟି ଆମ ସଂସାର ନିୟନ୍ତା

ପରମାତ୍ମାଙ୍କ ଅଂଶ,

ତୁଚ୍ଛାରେ ନିଜକୁ ବଳିୟାର ଆଉ

ବୁଦ୍ଧିଆ ବୋଲାଅ ଇଶ ? [୧]

ତୁମ କରାମତି ପାରିଲା ପଣିଆ

ଜୀବତ୍ମା ଯୋଗୁଁ ସମ୍ଭବ,

ଜୀବଥିବା ଯାଏଁ 'ଶିବ' ବୋଲାଇବ

ଜୀବ ଛାଡ଼ିଗଲେ 'ଶବ'। [୨]

ଜୀବନ ଧାରଣ ପାଇଁ ନିତି ଲୋଡା

ପଞ୍ଚଭୂତ ଉପାଦାନ,

ଖୋଲା ଆକାଶର ସୂରୁଯ କିରଣ,

ଜଳ, ବାୟୁ, ମାଟି, ବନ । [୩]

ପୂରୁବ ଜନମ ପୁଣ୍ୟ ଫଳ ଯୋଗୁଁ

ଦୁର୍ଲଭ ନର ଜନମ,

ବିବେକ ଜ୍ଞାନରେ ବଶ କରିପାର

ଇନ୍ଦ୍ରିୟ , ଚଂଚଳ-ମନ । [୪]

ବିଳାଶ-ବ୍ୟସନ, କାମନା-ବାସନା,

ମୋହେ ହୋଇ ବାଟ ଭୁଲା,

ପ୍ରକୃତିକୁ ନାଶି, ବିଜ୍ଞାନୀ ବୋଲାଇ

ଧାରାକୁ ମଣୁଛ ସରା ? [୫]

ପରମାଣୁ ପରୀକ୍ଷଣ, କାରଖାନା,

ଅବାଧ ଗାଡି ଚାଳନା ,

ବୃକ୍ଷ ଛେଦନରେ ଅମ୍ଳଜାନ ଭାଗ

ଦିନୁଁ ଦିନ ହୁଏ ଉଣା । [୬]

ଜୀବନର ପାଇଁ ସହାୟକ ସଦା

ସ୍ୱାସ୍ଥ୍ୟକର ପରିବେଶ,

ପ୍ରଦୂଷଣ ଯୋଗୁଁ ମହାମାରୀ ବ୍ୟାପି

ଜୀବନ ହୁଏ ବିନାଶ । [୭]

ଅନୁତାପାନଳେ ହୋଇ ଦ୍ରବିଭୂତ

କରିବା ସଭିଏଁ ପଣ,

ସଂଯମତା ସହ ସ୍ୱଚ୍ଛତାକୁ ଜଗି

ପରିବେଶେ ଦେବା ଧ୍ୟାନ। [୮]



Rate this content
Log in

Similar oriya poem from Abstract