Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ପରିବେଶ ସୁରକ୍ଷା ଓ ଆସନ୍ତା ପିଢ଼ି

ପରିବେଶ ସୁରକ୍ଷା ଓ ଆସନ୍ତା ପିଢ଼ି

1 min
215


ଦେଖ ତୀବ୍ର ଗତିରେ  

କଟା ହୁଏ ସବୁଜ ସୁନ୍ଦର ଗଛ 

ଲତା ଜଙ୍ଗଲରେ

ଯାହା ଫଳରେ ବରଷା ରାଣୀ 

ଆସୁନାହିଁ ଋତୁ ଠିକ ସମୟରେ ।


ଝରାଏ ବାରି ଯାହା ବରଷା ରାଣୀ

ସରଂକ୍ଷଣ ଅଭାବେ ଅଯଥାରେ ନଷ୍ଟ 

ହୁଏ କେତେ ପାଣି,

ମନରେ ଜୀଜ୍ଞାସା ଆସେ କଅଣ କରିଲେ 

ହସିବ ମାତା ଧରଣୀ ।


ଅସନ୍ତୁଳିତ ହୋଇଛି ପରିବେଶ, 

ଦୂଷିତ ଅବସ୍ଥା କରିବ ମାନବ 

ଜାତିର ଧ୍ବଂସ,

ମଣିଷ ମନରେ ଚାଲିଛି ଚିନ୍ତା 

କିପରି ପାଇବ ସୁସ୍ଥ ପରିବେଶ ।


ହେଉଛି ପ୍ରବଳ ଆଲୋଚନା,

ଦେଖ କେତେ ପାଠୋତ୍ସବ ଓ 

କବିତା ଗାନା,

କବି, ଲେଖକ, କର୍ମୀ ଓ ପରିବେଶବିତ୍ 

ମାନଂକ ମନ୍ତ୍ରଣା ।


ଗଭୀର ବିଶ୍ଲେଷଣ ଭିନ୍ନ ଉପାୟରେ

ପରିବେଶ ଓ ଜଳବାୟୁ ପରିବର୍ତ୍ତନ 

ଉପରେ  

ଜଳ, ବାୟୁ, ଜୀବ ଜୈବ ବିବିଧତାର 

ସୁରକ୍ଷା କେମିତି ହେବରେ ।


ପୁଂଜିପତିର ପୁଂଜି ନିଶା ବଢିଛି

ପରିବେଶ ସହିତ ଅତ୍ୟାଚାର 

ଚଳେଇଛି

ଅମାନୁଷିକ ଅତ୍ୟାଚାର ଯୋଗୁଁ 

ଅନେକ ପଶୁ ପକ୍ଷୀ ବିଲୁପ୍ତ ହୋଇଛି ।


ପ୍ରଗତି ଓ ବିକାଶର ନାମ ନେଇ 

ବାୟୁ, ଜଳ, ଖାଦ୍ୟ ପରିବେଶ 

ଅବସ୍ଥା ଆଜି ଭଉଣୀ ଭାଇ

ପରିବେଶ ତୀବ୍ର ଗତିରେ ହୁଏ 

ଦୂଷିତ, ତାହା କମିବାର ନାହିଁ ।


କାହା ମନ କାନନ ଭିତର 

ପୁଂଜିପତି ଫୁଲ ଫୁଟେଇ ପାରୁନି 

ତ ଖୁସିର 

ଅଯଥା କାହିଁକି ତାକୁ ମଦତ୍ ଦେବା କୁହ 

ଜୀବର ନୟନେ ଭରି ଅଶ୍ରୁଝର ।


କ୍ଷତ ତ ହୋଇଛି,

ସବୁ ଜିନିଷର ମୂଲ୍ୟ 

ବି ଅଛି,

ଜୀବନର ମୂଲ୍ୟବୋଧକୁ 

ଦୃଢ ନକଲେ ମୂଲ୍ୟ ମିଳିବକି କିଛି ।


ଅବସ୍ଥାକୁ ପରଖ କରିବା

ସାମାଜରେ ମଣିଷ ସୁଖୀ 

କି ଅସୁଖୀ ଦେଖିବା

ଆସନ୍ତା ପିଢ଼ି ପାଇଁ ବଡ଼ 

ବିପଦଜନକ ପରିସ୍ଥିତିର 

ବ୍ୟବସ୍ଥା ପାଇବା ।


ନିଜକୁ ନିଜେ ପଚାର

ପୁଂଜିପତିକୁ ଜଳ, ଜମି, 

ଜଂଗଲ ବିକିବାର,

ହେଉନେକି ବଟବଣା, ଡାକି 

ଆଣୁନେ କି ବାଟ ଦୂଷିତ ପରିବେଶର 

ଓ ଦୁର୍ଭାଗ୍ୟର ବିଚାର ।


ଅଙ୍ଗାରକାମ୍ଳ ବଢି ଯାଉଛି ସଂସାରେ

ଅମ୍ଳଜାନ ଅଭାବେ ଦେଖ ବିଶ୍ଵ ହୁଏ 

ଥରହର

ବେଳ ଥାଉଁ ଗଛ ଲଗାଇବା ନହେଲେ 

ସର୍ବନାଶ ହେବ ସରବର ।


Rate this content
Log in

Similar oriya poem from Abstract