STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

ପରିବେଶ ସୁରକ୍ଷା କଥା ଚିନ୍ତା କର

ପରିବେଶ ସୁରକ୍ଷା କଥା ଚିନ୍ତା କର

1 min
303


ଜଳ ଜଂଗଲ ମାଟି ସହିତ ଜଡିତ ସଂସ୍କୃତି 

ଭରା ଦେଶ, ଭାରତ ମାତା ଆମର

ଜଳ ଜଂଗଲ ମାଟିକୁ ଅନୁଶୀଳନ କରି

ଶିଖାଇଛନ୍ତି ଋଷି ପତଞ୍ଜଳି ପଥ ଯୋଗର.


ସେହି ରାସ୍ତା ଆତ୍ମବଳକୁ ଜାଗ୍ରତ କରି ବଳ 

ଦିଏ ସୁସ୍ଥ ଜୀବନ ଗଢ଼ି ତୋଳିବାରେ

ମାନିଲେ ଓ ସେ ପଥେ ଜୀବନ ଗଢ଼ିଲେ ରୋଗ

ତ ମାଡିବ ନାହିଁ ଆମର ଶରୀରେ


ସେ ପଥେ ଜୀବନ ଗଢ଼ିଲେ ମାନସିକ ଶାନ୍ତି

ପାଇ ସମାଜ ସୁସ୍ଥ ସବଳ ହେବ 

ମାନସିକ ଶାନ୍ତି ପ୍ରାପ୍ତିରେ ଭାରତ ମାତା ଆମର

ଯାଇଁ ଉନ୍ନତିର ଶୀର୍ଷସ୍ଥାନେ ପଂହଚିବ


ସମସ୍ତେ ଜାଣିଛେ, ସୁସ୍ଥ ପରିବେଶେ, ଯୋଗରେ 

ରହିଛି ଅମୋଘ ଔଷଧି ଗୁଣ

ସମସ୍ତେ ପଢ଼ିଛେ, ସ୍ୱାସ୍ଥ୍ୟ ହଁ ସମ୍ପଦ, ତାହାଠାରୁ 

ଅନ୍ୟ ଦ୍ରବ୍ୟ ନୁହେଁ ନିଜର ବଡ ଧନ  


ଜାଣିଛେ ଆମେ ମଧ୍ୟ ନିଜେ ସୁସ୍ଥ ଥିଲେ ସବୁ 

ଭଲ ଲାଗେ, ଅନ୍ୟର ପାଇବା ଆଦର

ଅଶାନ୍ତ ଜୀବନେ, ପ୍ରଫୁଲ୍ଲ ଚିତ୍ତରେ ସ୍ୱର୍ଗ ସୁଖ,

ରୋଗରେ ପଡ଼ିଲେ କିଏ କାହାର 


ଯୁଗ ବଦଳେ, ବଦଳୁଛି, ଭାବନା ବଦଳେ, ବଦଳୁଛି

ସମାଜ ନୀତି ବଦଳେ, ବଦଳୁଛି

ସମୟର ସଂଗେ ସଂଗେ ତାଳ ଦେଇ ବିଶ୍ୱରେ ତ

ମଣିଷର ବୁଦ୍ଧି ଓ ବିଜ୍ଞତା ବଢୁଛି


ବଣ ଜଂଗଲ, ତୋଟାମାଳ, ନଦୀ, ନଦୀର ବାଲୁକା 

ରାଶି, ପୋଖରୀ ସବୁ ମଣିଷକୁ ହସାଏ

ଚାନ୍ଦର ଘୋଡଣୀ ତଳେ ସମୁଦ୍ର ଜୁଆର ଯେଉଁଠି ଉଠେ'

ପ୍ରତି ରୂପମୟ ତାର ରହେ ସ୍ମୃତି ଚନ୍ଦନରେ

    

ଲୋଡା କଅଣ ଏ ମୂର୍ତ୍ତି ପୂଜା, ଭାବ ଥରେ ହେ ମଣିଷ 

ସମାଜ ମନୁଷ୍ୱତ୍ୱ ଭାବନାରେ

ଦରକାର ଅଛି କି ବାଣ ରୋଷଣୀ, ପରିବେଶ ହୁଏ ନଷ୍ଟ,

ଯାହାର ପ୍ରଭାବରେ


ଝଡ ପରେ ସୂର୍ଯ୍ଯୋଦୟ ଦେଖିବାକୁ, ସମସ୍ତେ ଭାବିଲେ

ମନ ପ୍ରାଣ ଦେଇ, ପରିବେଶ ନିର୍ମଳ ହେବ

ଆମେ ସବୁ 'ନିରବ ଦର୍ଶକ' ରହିଲେ, ମଣିଷ ସମାଜ 

ଦୂଷିତ ପରିବେଶେ ଶୀଘ୍ର ଶେଷ ହୋଇଯିବ 


ତେବେ ହେ ବିଜ୍ଞ ମଣିଷ ସମାଜ, କାହିଁକି ପରିବେଶ 

ସୁରକ୍ଷା କରିବା ପାଇଁ ଚିନ୍ତା ନକର 

ଅମୃତମୟ ସେ ସ୍ବର୍ଗୀୟ ପ୍ରକୃତି, ହୃଦୟେ ଆଣିବ ଶାନ୍ତି,

ଏ କଥାକୁ କାହିଁକି ନକର ବିଚାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational