ପରିବେଶ ପରିସ୍ଥିତି
ପରିବେଶ ପରିସ୍ଥିତି
ଏ ସୃଷ୍ଟିର ସ୍ରଷ୍ଟା ଅଟନ୍ତି ମହାନ୍
ଖଞ୍ଜି ଦେଇଛନ୍ତି କେତେ,
କିନ୍ତୁ ଏ ମାନବ ନିଜ ସ୍ବାର୍ଥ ପାଇଁ
ନଷ୍ଟ କରେ ନିଜ ହାତେ ।
କରୁଛି ନିଃଶେଷ ଜଙ୍ଗଲ ଅବଶ୍ୟ
ଏ ସବୁଜ ବୃକ୍ଷରାଜି ,
କଳ, କାରଖାନା ହଜାର ,ହଜାର
ପରିବେଶ ରୁଗ୍ଣ ଆଜି ।
ବର୍ଜିତ ଅସନା ନଦୀ ମଧ୍ୟେ ମିଶି
ପ୍ରଦୂଷିତ ପରିବେଶେ ,
ଶିଳ୍ପାୟନ ଧୂଆଁ ବାୟୁରେ ପ୍ରବେଶି
ନିଶ୍ୱାସେ ପ୍ରଶ୍ୱାସେ ମିଶେ ।
ବାୟୁମଣ୍ଡଳରେ ବଢ଼ିତ ଚାଲିଛି
ଅଙ୍ଗାରକାମ୍ଳର ଗ୍ୟାସ ,
ଆବର୍ଜ୍ଜନା ପୂର୍ଣ୍ଣ ପରିବେଶ ମଧ୍ୟେ
ସଢ଼ୁଛି ଆଜି ମଣିଷ ।
ଜୀବର ଜୀବନ ଜଳ ଓ ଜଙ୍ଗଲ
ପ୍ରଗତି ପାଇଁ ରହିଛି ,
ନିର୍ବୋଧ ମାନବ ନିଜର ହାତରେ
ସବୁକିଛି ଉଜାଡୁଛି ।
କର୍ତ୍ତବ୍ୟ ଅଟଇ ସତର୍କ ରହିବା
ସମଗ୍ର ମାନବ ଜାତି ,
ନହେଲେ ଅଚିରେ ସମଗ୍ର ବିଶ୍ଵରେ
ଘୋଟିଯିବ ଅମାରାତି ।
