STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ପରିବେଶ ପ୍ରଦୂଷଣ

ପରିବେଶ ପ୍ରଦୂଷଣ

1 min
14.4K



ପ୍ରଦୂଷିତ ଜଳ ପ୍ରଦୂଷିତ ସ୍ଥଳ

ପ୍ରଦୂଷିତ ନଭ ଦେଶ

ପ୍ରଦୂଷିତ ବାୟୁ ପ୍ରଦୂଷିତ ଧ୍ୱନି

ନାହିଁ ସ୍ୱଚ୍ଛତା ଆଭାସ॥୧॥

ମାନବ ସଭ୍ୟତା ହୋଇଛି ଉନ୍ମେଷ

ଯେବେଠୁ ଏ ଧରାପରେ

ପରିବେଶ ପ୍ରଦୂଷଣ ତା ସହିତ

ଚାଲିଅଛି ନିରନ୍ତରେ ॥୨॥

କାଟି ବନସ୍ଥଳ କରି ନିରିମଳ

ମନୁଷ୍ୟ କରଇ ବାସ

ନାହିଁ ନିୟନ୍ତ୍ରଣ ବୃକ୍ଷର ଛେଦନ

ବନରାଜି ହୁଏ ନାଶ ॥୩॥

ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ଓ

ଅମ୍ଳଜାନ ଅନୁପାତ

ବନରାଜି କ୍ଷୟ କାରଣରୁ ଏହା

ରହେ ନାହିଁ ସନ୍ତୁଳିତ ॥୪॥

ନିୟନ୍ତ୍ରଣ ହୀନ ବୄକ୍ଷର ଛେଦନ

ଘଟାଏ ଭୂମି ସ୍ଖଳନ

ଯୋଗାଯୋଗ ଛିନ୍ନ ହୁଏ ନାନା ସ୍ଥାନ

ଚଳେନି ଯାନବାହନ ॥୫॥

ବର୍ଷା ପରିମାଣ ଆବଶ୍ୟକ ଠାରୁ

ହୋଇଥାଏ ବହୁ ଊଣା

ଶଶ୍ୟ ଉତ୍ପାଦନ ହୋଇଥାଏ ନ୍ୟୁନ

ହୋଇ ପାରେନି ଭରଣା ॥୬॥

କଳ କାରଖାନା ବର୍ଯ୍ୟ ଆବର୍ଜନା

ନଦୀ ଜଳେ ନିସ୍କାଶିତ

ସେଥିପାଇଁ ବହୁ ନଦୀଜଳ ଆଜି

ହେଉଅଛି ପ୍ରଦୂଷିତ ॥୭॥

ଘନ ଧୂମ୍ର ସ୍ରୋତ ହେଉଛି ନିର୍ଗତ

କାରଖାନା ମାନଙ୍କରେ

ବିଷାକ୍ତ ହୁଅଇ ଏ ବାୟୁ ମଣ୍ଡଳ

ଲୋକେ ମରନ୍ତି ରୋଗରେ ॥୮॥

ଚଳେ ବହୁ ଯାନ ଜଳାଇ ଇନ୍ଧନ

ଛାଡନ୍ତି ଧୂଆଁ ବାୟୁରେ

ଉଡେ କେତେ ଧୂଳି ଧୂଆଁ ସହ ମିଳି

ଦୂଷିତ ବାୟୁ ସହରେ ॥୯॥

ନାନା ଉପାୟରେ ଧ୍ୱନି ପ୍ରଦୂଷଣ

ପୁର ପଲ୍ଲୀ ଓ ସହରେ

ହେଉଅଛି ଆଜିକାଲି ନାହିଁ କା'ର

ନିୟନ୍ତ୍ରଣ ତା ଉପରେ ॥୧୦॥

ପଲିଥିନ୍ ଆଉ ପ୍ଳାଷ୍ଟିକ୍ ବସ୍ତୁର

ପ୍ରସାର ବହୁଳ ଭାବେ

ବ୍ୟବହାର ପରେ ଫିଙ୍ଗାହୁଏ ତାହା

ଯାଏ ସେ ଭୂମିର ଗର୍ଭେ ॥୧୧॥

ଗ୍ରାମ ଓ ସହରେ ବହୁ ପରିବାରେ

ନାହିଁ ଶୌଚାଳୟ ଘର

ଖୋଲା ସ୍ଥାନେ ଯାଇ ଶଉଚ ହୁଅନ୍ତି

ହୁଏ ରୋଗର ପ୍ରସାର ॥ ୧୨॥

ଏହି ଭାବେ ଆଜି ନାନା କାରଣରୁ

ପ୍ରଦୂଷିତ ପରିବେଶ

ବେଳ ଥାଉଁ ପ୍ରତିକାର ନକରିଲେ

ପ୍ରାଣୀକୁଳ ହେବେ ନାଶ ॥୧୩॥

ପ୍ରଦୂଷଣ ସମ୍ପର୍କରେ ଆମେ ସର୍ବେ

ହେବା ଯଦି ସଚେତନ

ପରିବେଶ ଆମ ରହିବ ସର୍ବଦା

ପରିଷ୍କାର ପରିଛନ୍ନ ॥୧୪॥

******









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational