STORYMIRROR

Prasanta kumar Hota

Inspirational

3  

Prasanta kumar Hota

Inspirational

ପରିବେଶ ପ୍ରଦୂଷଣ

ପରିବେଶ ପ୍ରଦୂଷଣ

1 min
28.2K


ବାୟୁ ପ୍ରଦୂଷଣ ହେଉଛି ଦାରୁଣ

ଅବ୍ୟବସ୍ଥା ଅପଘୃଣ

ଉନ୍ନତି ନାମରେ ଅବନତି ଭରେ

ଧରାଧାମେ ପ୍ରତି କୋଣ

କଳ କାରଖାନା ଗଢି ଉଠେ କୂଳେ

ନଦୀ ତୀର ଯାଏ ଖସି

ଜୀବନ ଭାସ୍ଵର ହେବ ବୋଲି ଭାବି

ଜୀବନକୁ ଦିଏ ନାଶି

ଯନ୍ତ୍ର ଆବିଷ୍କାର ନୁହେଁ କାର ଅରି

ସମନ୍ଵୟ ଥିଲେ ପାଶେ

ସମନ୍ଵୟ ରଖି ସମନ୍ଵିତ କଲେ

ପ୍ରଦୁଷଣ ଅପ୍ରକାଶେ

ଦେହ ମନଠାରୁ ପ୍ରଦୂଷଣ ସୃଷ୍ଟ

ତାପରେ ଘର ବାହାର

ଦେଇ ଯତ୍ନ ଯାର ନହୁଏ ନିକର

ନୁହେଁ ସେ ପରିବେଶର

ସ୍ଵଚ୍ଛତାର ପାଇଁ ପାଇଖାନା ଘର

କରୁଥିବା ବ୍ୟବହାର

ଏଠାରେ ସେଠାରେ ମଳତ୍ୟାଗ କରି

ହେବା ନାହିଁ ହତାଦର

ପକାଇବା ନାହିଁ ଡବା ଖୋଳ କିଛି

ରାସ୍ତା ସୁଖ ପରିଷ୍କାର

ପଲିଥିନ୍ ଯେଣୁ ପ୍ରଦୂଷିତ କରେ

ଛାଡିଦେବା ବ୍ୟବହାର

ପରିବେଶ ହେଲେ ପରିଷ୍କାରୁ ଦୂର

ଘନ ଘଟେ ଅନ୍ଧକାର

ପରିଛନ୍ନ ପାଣି ଆଲୋକ ପବନ

ସୃଷ୍ଟିର ମଙ୍ଗଳ ଧାର

ପ୍ରକୃତିର ବକ୍ଷ ପାଲଟେ ନରକ

ଦୁର୍ଗନ୍ଧରେ ଥିଲେ ପୁରି

ସୁଗନ୍ଧ ଆଣିବା ସବୁଜିମା ଭରି

ନଥିବ ଦୁଃଖ କାହାରି

କଳ କାରଖାନା କରେ ଛାରଖାର

ଗାଡି ଧୁଆଁ ପ୍ରଦୂଷିତ

ସଂକ୍ଷିପ୍ତ ହେଉଛି ବନାନୀ ସମୂହ

ସୂର୍ଯ୍ୟ ତାପ ପ୍ରଖରିତ

ଶିଳପ ବିପ୍ଳବ ଦେଇଛି ବିଭବ

ସଂସାରର ଭୋଗ ସାରି

ପ୍ରାଚୁର୍ଯ୍ୟ ପାଇଛି ପ୍ରକୃତିକୁ ପୋଡି

ସୁରକ୍ଷା ଯାଇଛି ଚିରି

ଆମ ମାଟି ଜଳ ଆମେ ତାର ମୂଳ

ତା ସାଥେ ବାୟୁ ମଣ୍ଡଳ

ପ୍ରଦୂଷଣ ଯେଣୁ ଜୀବନ କଷଣ

ନିତି ଭେଟୁଥାଉ କାଳ

କର୍ତ୍ତବ୍ୟ ଆମର ରଖିବା ସୁତର

ପରିବେଶ ପରିଷ୍କାର

ଜାଗରତ ହୋଇ ସଚେତନ ହେଲେ

ସାଥି ହୁଏ ସରକାର

ସବୁଜ ସୁନ୍ଦର ବୃକ୍ଷ ପାରାବାର

ଅମ୍ଳଜାନେ ଭରପୂର

ସୁସ୍ଥ କରେ ତନ ଶାନ୍ତ ରଖେ ମନ

ପ୍ରକୃତିର ଏହି ଚିତ୍ର

ବୃକ୍ଷ ପାଇଁ ବର୍ଷା ବୃକ୍ଷ ପାଇଁ ବାୟୁ

ବୃକ୍ଷ ହିଁ ସବୁରି ମୂଳ

ଅଳିଆ ଆବର୍ଜନା ଘରୁ ହେଲେ ଦୂର

ସ୍ଵଚ୍ଛତାରେ ଦିଏ ତାଳ

ଏ ଭୂମି ମଣ୍ଡଳ ଜୀବ ଅନୁକୂଳ

ପଞ୍ଚଭୂତେ ତାର ସ୍ଥିତି

ମାନବର ଜ୍ଞାନ ପ୍ରଯୁକ୍ତି ବିଜ୍ଞାନ

ପ୍ରଦୂଷଣେ ହୁଏ ଇତି

ଆମ ହାତେ ଅଛି ଆମର ପ୍ରକୃତି

ବିନାଶରୁ ଅବ୍ୟାହତି

ଆମେ ହିଁ ଗଢିବା ପ୍ରଦୂଷଣ ମୁକ୍ତ

ସୁନ୍ଦର ଏହି ଧରିତ୍ରୀ

ଉଠାଅ ଅଳସ ଉଠୁ ତୁମ ଶ୍ଵାସ

ଆଣ ନାହିଁ ଆବର୍ଜନ

ଛାଡ ଧୁମ୍ର ପାନ କାଠର ଦହନ

ହ୍ରାସ ହେଉ କାରବନ

ବିଶ୍ଵ ତାପ ବୃଦ୍ଧି ବିଶ୍ୱର ବିରୋଧି

କରିବା ଆମେ ପ୍ରୟାସ

ଭବିଷ୍ୟତ ଆମ ହେବ ଆଲୋକିତ

ପାଇଥିଲେ ପରିବେଶ

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational