Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Inspirational

2  

Prafulla Chandra Mishra

Inspirational

*"ପରିବେଶ ପ୍ରଦୂଷଣ"*

*"ପରିବେଶ ପ୍ରଦୂଷଣ"*

1 min
7.1K


କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

--------------- ----------------------

• ଭୂଧର, ପାତାଳ କି ଅବା ଅମ୍ବର ସବୁକୁ ଆବୋରି ନେଇ

• ପ୍ରଦୁଷିତ କରି ଦେଲେଣି ଜୀବନ ଦୁର୍ବିସହ ଯାଏ ହୋଇ

• ଖୋଜିଲେ ମିଳେନି ବଞ୍ଚିବାର ରହା କରିବି କେଉଁଠି ଘର

• ସର୍ବେ ସ୍ବାର୍ଥପର ନିରିହ ରକ୍ତ ଶୋଷଣେ ସର୍ବେ ତତ୍ପର ।।

• ମାଟି ଟିକେ ଖୋଜି ପାଉନାହିଁ କାହିଁ ସବୁତ ମାଫିଆ ହାତେ

• ପାହାଡ଼ ପର୍ବତ ବଣ ଜଙ୍ଗଲ ବି ନିଃଶେଷ କଲେଣି ଶେଷେ

• ଗଛମୂଳେ ଯାଇ ରହିବି ଭାବିଲି

ଗଛ ବି ମିଳଇ ନାହିଁ

• ବଞ୍ଚିବାର ରାହା ସାହା ହରା ଜନ୍ମ ଦେଲ ପ୍ରଭୁ କାହିଁପାଇଁ ।।

• ମାଟିର ଗରଭେ ସାଇତା ସଂପଦ ତାହାକୁ ନିଅନ୍ତି ଖୋଳି

• ସାରା ଧରଣୀ କୁ ଖୋଳ କରିଲେଣି ଦୁଃର୍ଜନ ଜନ ମେଳି

• ଶୁଷ୍କ ହେଲାଣି ଭୂତଳର ଜଳ ନାଗକୁଳ ଚିନ୍ତା ଶିଳ

• ଧରଣୀ କଂପେ ଭୈରବ ରବେ ମୁଁ କେଉଁଠି କରିବି ଘର ।।

• ଆକାଶ ପ୍ରଦେଶେ ବାୟୁମଣ୍ଡଳ ଧୂଳି, ଧୂଆଁ ଧୂସରିତ

• ଚନ୍ଦ୍ର ମଣ୍ଡଳ ,ମଙ୍ଗଳ ଗ୍ରହ ବି ନର କଲା କବଳିତ

• ଉଦ୍ଜାନ ଯାନ ଘୁରୁଇ ଆକାଶେ କହ ତାର ପ୍ରତିକାର

• ସବୁତ ଆବୋରି ନେଲଣି ତୁମେ ରେ ମୁଁ କେଉଁଠି କରିବି ଘର ।।

• ସପନ ଦେଖିବା ଦୁରୁହ ବ୍ୟାପାର ଆଶା ମୋ ନିରାଶା ପଥେ

• ଅନେକ ଭୟର ସମାହାରେ ମୁଁ ଦିନ ରାତି ଖାଲି କାନ୍ଦେ

• ଆଖି ଲୁହ ସୁଖି ଗଲାଣି ଖୋଜଇ କିଏ ଦେବ ଆଶ୍ୱାସନା

• କାହାକୁ କହିବି ଏ ଦୁରୁହ ଦୁଃଖ ଏ ଜାତିର ବିଡ଼ମ୍ବନା ।।

• ମଣିଷ ଅଇରି ମଣିଷ ସାଜିଛି ମଣିଷ କରୁଛି ଖେଳ

• ଦୋଷଲଦେ ଖାଲି ଭାଗ୍ୟ ଦ୍ୱାହିଦିଏ ଆହା କି ଦୁର୍ଦ୍ଦିନ ବେଳ

• ସତେକି ବନ୍ଧୁ ସୁଦିନ ଆସିବ ତୋଳିବି ମୁଁ ଗୋଟେ ଘର

• ସାଙ୍ଗ, ସାଥି, ପ୍ରିୟ, ପରିଜନ ମିଳି ହସିବ ଆମ ସଂସାର ।।


Contact no 9438382802

Contact address .Aiginia

Shreekhetra Bihar, Tatwomasi enclove.Qrno.B/3

Bhubaneswer-15


Rate this content
Log in

Similar oriya poem from Inspirational