STORYMIRROR

Pranati Mahapatra

Inspirational

2  

Pranati Mahapatra

Inspirational

ପରିବେଶ ପ୍ରଦୂଷଣ ଓ ନିୟନ୍ତ୍ରଣ

ପରିବେଶ ପ୍ରଦୂଷଣ ଓ ନିୟନ୍ତ୍ରଣ

1 min
14.1K


"ବେଶ" ଶବ୍ଦ ସହ "ପରି" ଉପସର୍ଗ ସଂଯୁକ୍ତରେ ପରିବେଶ,

ଜଳ,ସ୍ଥଳ,ବାୟୁ, ଉଦ୍ଭିଦ ଓ ପ୍ରାଣୀ

ଏ ତ ପଞ୍ଚ ମହାଭୂତ।

ମନୁଷ୍ୟ ଔଦ୍ଧତ୍ୟ,ଅତ୍ୟାଚାର

ଅପରିଣାମ ଦର୍ଶିତା,

ଶାନ୍ତ ଶୀତଳ ପ୍ରକୃତି ଆଜି

ଉଗ୍ର ଅଶାନ୍ତ କଥା।

ବାୟୁ ଜଳ ଭୂମି ପ୍ରଦୂଷିତ ହୋଇ

ସଂସାର ହେଲା ଶ୍ମଶାନ,

ସେ ମହାଶ୍ମଶାନେ ଗଣଦାହ ହୁଏ

ଆଜି ଅମୃତ ସନ୍ତାନ।

କଳକାରଖାନା, ଗାଡ଼ି ମୋଟର ପୁଣି

ହୁ ହୁ ହୋଇ ବଢୁଛି,

ଧୂଳି ଧୂଆଁ, ଶବ୍ଦ, ଦୁର୍ଗନ୍ଧ ଗ୍ୟାସ

ପ୍ରଦୂଷଣ ହେଉଅଛି।

ଧୀରେ ଧୀରେ ବିଶୁଦ୍ଧ ବାତାବରଣ

ଦୂଷିତ ହେବାରେ ଲାଗିଛି,

ଦିନକୁ ଦିନ ଅମ୍ଳଜାନ କମି ଅଙ୍ଗାରକାମ୍ଳ ଗ୍ୟାସ ବଢୁଛି।

ପ୍ରଦୂଷଣ ରାକ୍ଷସ କାୟା ବିସ୍ତାରି

କୋଟିଏ ଜୀବନ ନେଉଛି,

ଓଲଟପାଲଟ ପାଣିପାଗ ଭୟେ

ବାୟୁରେ ଅମ୍ଳତ୍ୱ ବଢୁଛି।

କ୍ଷେତ ଉତ୍ପାଦିକା ଶକ୍ତି କମୁଛି

ଭୟଙ୍କର ବ୍ୟାଧି ବ୍ୟାପୁଛି,

ବିଶ୍ୱ ସନ୍ତୁଳନ ନଷ୍ଟ ହେଉଛି

ବୃକ୍ଷବଂଶ ନାଶ ଯାଉଛି।

ନିର୍ମଳ ଜଳ,ଶାନ୍ତ ପରିବେଶ

ସ୍ୱପ୍ନ ଭଳି ଲାଗିଲାଣି,

ବନ,ଗିରି,ନଦୀ, ଝରଣା, ସମୁଦ୍ର

ପ୍ରଦୂଷଣେ ଡୁବିଲେଣି।

ବର୍ଜ୍ୟବସ୍ତୁ, କୀଟନାଶକ ପ୍ରୟୋଗ

ଜେଟ୍,ରକେଟ୍,ପ୍ରେରଣ,

ମାରାତ୍ମକ ରଶ୍ମି, ଅଙ୍ଗାରକାମ୍ଳ ବୃଦ୍ଧି ଗ୍ଲେସିଅର ମେରୁରେ ଜାଣ ।



ଏଥକୁ ଉପାୟ -

ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ, ସାମାଜିକ ବନୀକରଣ,

ହେଉ କଡାକଡି ଲାଗୁ ଏ ନିୟମ

ଶବ୍ଦ, ଜଳ,ବାୟୁ ପ୍ରଦୂଷଣ।

ଶିକ୍ଷା, ବିଜ୍ଞାପନ, ଦୂରଦର୍ଶନ, ପ୍ରଚାରରେ କରି ଜାଗ୍ରତ,

ଗାଁ ଠୁ ସହର ସଚେତନ ବାର୍ତ୍ତା

ସଭିଙ୍କୁ କରି ପ୍ରେରିତ।

ବୃକ୍ଷରୋପି ବାୟୁ ମଣ୍ଡଳ ଶୀତଳ

ଉତ୍ତମ ବୃଷ୍ଟି ସହାୟ,

ସର୍ବେ ସାକ୍ଷର ,ନେଇ ଶପଥ

ଧ୍ୱଂସରୁ ବର୍ତ୍ତିବାଏ ଶ୍ରେଷ୍ଠ ଉପାୟ।


ପ୍ରଣତି ମହାପାତ୍ର

ବାଲେଶ୍ଵର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational