ପରିବାର
ପରିବାର
ସ୍ନେହ ଅନୁରାଗ , ପ୍ରୀତି ଓ ସରାଗ
ସ୍ରୋତ ଧାରେ ଯେ ପ୍ରବାହ
ଜାରି ରଖି ଥାଏ ଯାହା ଯୋଗୁଁ ହୁଏ
ଜୀବନ ଆନନ୍ଦ ମୟ ।
ପ୍ରତ୍ୟେକ ସମାଜ ବ୍ୟବସ୍ଥା ଏକକ ,
ଅନୁଧ୍ୟାନ କରି ନିତି
ଯାହାର ପ୍ରଭାବେ ମାନବ ସ୍ୱଭାବେ
ଲଭେ ଶାନ୍ତି ଓ ତୃପ୍ତି ।
ସଦ୍ ଭାବନା ସାଥେ ସମ୍ମାନ , ଶୃଙ୍ଖଳା
ଆହ୍ଵାନ , ଅଭି ପ୍ରେରଣା
ସହିତ ଜଡିତ ସଦ୍ ଗୁଣ ବହୁତ
ହୁଏ ଯହିଁ ଗବେଷଣା ।
ବ୍ୟକ୍ତି ସ୍ଥିତି , ମନ , ଯହିଁ ଅନୁଧ୍ୟାନ
କ୍ଷୁଦ୍ରତ୍ତମ ଅନୁଷ୍ଠାନ
ଭାବେ , ବ୍ୟବହାର ହେଇଥାଏ ଯାର
ପରିବାର ତାର ନାମ ।
ଯେ , ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ର
ସୃଷ୍ଟି କରି ଶ୍ରଦ୍ଧା ପ୍ରେମ
ଉଦ୍ରେକ କରାଏ ଯାହାର ସକାଶେ
ପୂର୍ଣ୍ଣ ହୁଏ ମନସ୍କାମ ।
ଆଦର , ଆଦର୍ଶ , ଉତ୍ତମ ସନ୍ଦେଶ
ଦିଏ , ମାନବୀୟ ଶିକ୍ଷା ।
ସ୍ବାସ୍ଥ୍ୟ , କଳା ଆଉ ସଂସ୍କୃତି , ଚେତନା
ଜାଗ୍ରତ କରାଏ ନିତ୍ୟ
ମୂଲ୍ୟବୋଧର ପରିଚାୟକ ଯେ
ସାଧଇ ସବୁରି ହିତ ।
ଅନୁଭବ ଜ୍ଞାନ ଓ କୌଶଳ ସମ୍ଭାର
ଯହିଁ ରେ ଶିକ୍ଷଣ ପାଇଁ
ଚିନ୍ତା ଓ ଚେତନା ଜାଗ୍ରତ କରାଏ
ଅନୁଭୁତି ରାଶି ଥୋଇ ।
ଆଈ ମା' କାହାଣୀ ଆଦି ଯହିଁ ଶୁଣି
ଶିଶୁ ଜୀବନ ଆରମ୍ଭ
କରିବା ସହିତ କ୍ରମେ ସେ ପ୍ରଭୁତ
ସହଜାତ ଭାଷା ଭାବ ।
ଭକ୍ତି ଭାବ ଢାଳି ଦିବ୍ୟ ଭାବାବଳୀ
ଯହିଁ ରୁ ଆରମ୍ଭ ହୋଇ
ମଣିଷ ର ଚଲା , ବୁଲା , ଖେଳା , ଲୀଳା
କୋଳାହଳ ଶିଶୁ ରଚି ।
ବିପୁଳ ବିଭା ର ଭାର ନିରନ୍ତର
ବିକାଶ ପଥେ ସେ ଲଭେ
ସଦସ୍ୟ ମାନଙ୍କ ମଧ୍ୟରେ ଯେ ଐକ୍ୟ
ଥିଲେ ସଭିଏଁ ସଦ୍ ଭାବେ ।
ଚଳି ଥାନ୍ତି କିନ୍ତୁ ଅନୈକ୍ୟ ର ହେତୁ
ହୁଏ ତାର ଅବ କ୍ଷୟ
ଆରପେ ସେ ନିତି ପରାଣେ ସୁପ୍ରୀତି
ସ୍ନେହ ର ଚାରୁ ଅମିୟ ।
ପରିଜନେ ଯହିଁ ସ୍ନେହେ ଥାନ୍ତି ରହି
ଶାନ୍ତି , ପ୍ରୀତି , ସ୍ରୋତ ଗଢି
ତୋଳି ପ୍ରତି କ୍ଷଣେ ପରସ୍ପର ପ୍ରାଣେ
ପୁଣ୍ୟ ସାନ୍ତ୍ଵନା ଲହରୀ ।
