ପରିବାର
ପରିବାର
ଗୃହର ଏହୁ ବନ୍ଧନ ଦିଏ ଟି ଶିକ୍ଷାର ଜ୍ଞାନ
ସେହୁ ଶିକ୍ଷାର ବଳୁ ଜଗତ କଲ୍ୟାଣ
ପାଠ ଅନୁଶାସନର ଗୃହସ୍ତାଶ୍ରମରୁମିଳେ
ହୁଏରେ ତାର ଯୋଗୁଁ ବ୍ୟକ୍ତିତ୍ୱ ନିର୍ମାଣ।
କର୍ମର ଜ୍ଞାନଟି ତହିଁରେ
ଅହିଂସା ଶାନ୍ତି ପ୍ରୀତି ସନ୍ଦେଶ ବିଶ୍ବରେ।
ଉତ୍ପତ୍ତିରେ ପରିବାର ଗୃହସ୍ତାଶ୍ରମରୁ ହୁଏ
ଶିକ୍ଷାକର୍ମ ଜ୍ଞାନଟି ମିଳୁଛି ତହିଁରୁ
ଦେଶର ପରା ସଂସ୍କାର ଅଟେବନ୍ଧୁତା ଅହିଂସା
ବିଶ୍ବଗୁରୁର ମାନ୍ୟତା ମିଳେ ତହିଁରୁ
ଆଦର ସମ୍ମାନ ରାଷ୍ଟ୍ରର
ଏହୁତ ଅଟେ ଅମୃତ କାଳ ଦେଶର।
ପରିବାର ଯେବେ ଭାଇ ଥିବ ଅହିଂସା ପୂଜାରୀ
ନିଶ୍ଚିତ ହିଁ ଉନ୍ନତି ତହିଁରେ ରାଷ୍ଟ୍ରର,
ପ୍ରେମଧର୍ମଭକ୍ତିସେବା ଯେବେ ଜଡ଼ିତ ରହିବ
ଶକ୍ତିଶାଳୀରେ ରାଷ୍ଟ୍ର ଆରମ୍ଭ ଆମ୍ଭର।
ଅମୃତ କାଳର ଭାରତ,
କର୍ତ୍ତବ୍ୟରେ ରାଷ୍ଟ୍ରରେ ହୋଇଛି ଜଡ଼ିତ।
କର୍ମଜ୍ଞାନ ଧର୍ମଜ୍ଞାନ ଗୁଞ୍ଜନ ଭାରତବର୍ଷେ
ଆତ୍ମନିର୍ଭର ମନ୍ତ୍ର ଗୁଞ୍ଜନ ଜନରେ,
ସବୁକ୍ଷେତ୍ର ଶକ୍ତିଶାଳୀ ଭାଇରାଷ୍ଟ୍ର ହୋଉଅଛି
ମିଳୁଅଛି ଆଦର ସମ୍ମାନ ଭାଇରେ।
ଗୁଞ୍ଜନ ନୂତନ ଉମଙ୍ଗ
ପ୍ରଫୁଲ୍ଲିତ ଉତ୍ସାହିତ ହେଉଛି ଅଙ୍ଗ।
ଗଢିବା ଭାଇ ସଂସ୍କାରୀ ପରିବାର ରେ ଆମ୍ଭର
ରାଷ୍ଟ୍ର ଶକ୍ତିଶାଳୀରେ ହୋଇବ ଆମ୍ଭର,
ଅହିଂସାର ପଥଗାମୀ ଭାଇ ଥିବ ସବୁ କାଳ
ସ୍ବପ୍ନ ବିଶ୍ବଗୁରୁ ଟି ହେବରେ ସାକାର
କୃଷ୍ଣ ରାମ ଜଗା ଭୂମିର
ଅନାଦି ଅନନ୍ତଙ୍କ ଜନମ ସ୍ଥାନର।
