Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Ojha

Inspirational

4  

Saroj Kumar Ojha

Inspirational

ପରିବାର

ପରିବାର

1 min
222



ଗୋଟେ ଗୋଟେ ପରିବାର ମିଶି

ଗଢ଼ି ଉଠେ ଗ୍ରାମ,

ଗୋଟେ ଗୋଟେ ଗ୍ରାମ ମିଶି

ଗଢ଼ି ଉଠେ ଧାମ ।


ପରିବାରରୁ ଆରମ୍ଭ ପରିବାରରେ ଶେଷ

ଏହାକୁ ମାନିନେବା ସତ୍ୟ,

ପରିବାରରେ ଥାଏ ଯଦି ସଂସ୍କାରିତ କଥା

ଶୁଦ୍ଧ ହୋଇବ ବାତାବରଣ ନିତ୍ୟ ।


ଯେଉଁ ପରିବାରରେ ବ୍ୟକ୍ତି ହୁଏ ସଂସ୍କାରିତ

ପାଖ ପରିବାର ପାଏ ସଚେତନ ବାର୍ତ୍ତା,

ଏହି କ୍ରମ ଯେବେ ବ୍ୟାପିଯାଏ ବାଣୀ

ସୁସ୍ଥ ସମାଜ ଗଠନକୁ ଆମ୍ଭେ ହୋଇବା କର୍ତ୍ତା ।


ଆଜିର ସମାଜେ ମୂଲ୍ୟବୋଧ କାହିଁ

ଉଭେଇ ଗଲାଣି ମାନବିକତା,

ହିଂସା ଦ୍ୱେଷ ନୀତି ଆପଣେଇଲେଣି

ଦୁରେଇଗଲାଣି ଲୋକ ସଚେତନତା ।


ଆସ୍ତିକତା ଛାଡି ନାସ୍ତିକ ବାଦୀରେ

ମନ ବଳେଇଲେଣି କିଛି ଜନତା,

ବିଚାର ଯୋଗ୍ୟ କଥା କହିବାକୁ ହେଳା

କରି ଆପଣେଇଲେଣି ହୀନମନ୍ୟତା ।


ବେଳ ଥାଉଁ ଥାଉଁ ସୁଧାରି ନେବା

ଦେଖାଇବା ସ୍ନେହ ସହାନୁଭୂତି,

ପରସ୍ପର କନ୍ଦଳ କଳହ ଦୂରେଇ

ପ୍ରଦର୍ଶନ କରିବା ସମାନୁଭୂତି ।


ତୃଣମୂଳ ସ୍ତରରୁ ପରିବାର ସଂସ୍କାର

ଦେବାଯେ ଆମ୍ଭେ ପ୍ରାଧାନ୍ୟ,

ତେବେ ଯାଇ ସମାଜ ହୋଇଯିବ ସୁସ୍ଥ

ଆମେ ବନିଯିବା ବ୍ୟକ୍ତି ବଦାନ୍ୟ ।


ପରିବାର ଯଦି ପାଇଲା ସମ୍ମାନ

ହୋଇବେ ଧନ୍ୟ ସଦସ୍ୟଗଣ,

ପରିବର୍ତ୍ତନ ସମାଜ ଲଭି ହିତ ସାଧିବ

ଆଶୀର୍ବାଦ ଢାଳିବେ ଦେବତାଗଣ ।



Rate this content
Log in