STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ପରିବାର

ପରିବାର

1 min
230

ପରିବାର ନଥିଲେ ବାବନାଭୁତ ଅବା ରାଣ୍ଡିପୁଅ ଅନନ୍ତ

ପରିବାର ଘର ବଇକୁଣ୍ଠପୁର ସୁଖ‌ ସମୁଦ୍ରର ସୈକତ

ଏବେତ ମନରୁ ଲିଭି ଲିଭି ଯାଏ ସେ କଥା

ପରିବାର ବୋଲେ ବାପ,ମା,ପୁଅ ଆଉ ଏକ ମାତ୍ର ଦୁହିତା


ଜେଜେ,ଜେଜେ ମା,କାକା,ଖୁଡୀ ମିଳି ସେ ଯେଉଁ ଯୈ।ଥ ସଂସାର

ଏବେ ତ ସପନ ସେ ସୁଧା ସେନେହ ମନରୁ ହେଲାଣି ଅନ୍ତର

ମାନବୀୟ ଗୁଣ ରହିତ ମଣିଷ ସ୍ବାର୍ଥରେ

ଜଡ଼ିତ ହୋଇଛି ଦେଖ ଜଳିଯାଏ କେତେ ଅବିଶ୍ବାସ ବିଷରେ


ଜୀବନ ଗୋଟାଏ ଅଜବ ଏମିତି ପାଉଁଶ ତଳର ନିଆଁ

ସେନେହ ସଲିଳ ବିହୁନେ ଦିନେ ସେ ଜଳାଇ ଦେବ ତୋ ନାଆଁ

ଅବୁଝା ଅସୁଝା ସଂସାରେ ମଣିଷ ସ୍ବାର୍ଥରେ

ଭୁଲି ଯାଇଅଛି ପରିବାର ସଂଜ୍ଞା ଏଇ ଏ ମଣିଷ ହାଟରେ


ପୋକ,ମାଛି, ନୁହଁ ମଣିଷ ଗୁଡାକ କେମିତି ଅଜବ ମୁଦ୍ରାରେ

ପରିବାର ବୋଲି ଖୋଜିବାକୁ ଆଉ ସମୟ ନାହିଁ ତା ହାତରେ

ବୁଢ଼ା ବାପା ମା ଜରା ନିବାସର ନିବାସୀ

ପରିବାର ପରା ଏମିତି ଚାଲିଛି କେମିତି କରିବ ସାଲିସ୍


ଭାଙ୍ଗିରୁଜି ସବୁ ଚୁଲିକି ଗଲାଣି ବିନା‌କାଠେ ଚୁଲି ଜଳିବ

ଆକାଶୁଁ ସୁରୁଯ ଜହ୍ନ ଜହର ଏମିତିକା ଦେଖ ଢାଳିବ

ନରହିବ ଚିହ୍ନ ଅଚିହ୍ନା ଦିଶିବ ନିଜକୁ

ନିଜେ ତ ଅଚିହ୍ନା ପରିବାର ବୋଲି ଚିହ୍ନିବ ମଣିଷ କାହାକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract