STORYMIRROR

Manoja kumar Pattnayak

Drama Classics Fantasy

4  

Manoja kumar Pattnayak

Drama Classics Fantasy

ପରିବାର ମୋ ପରିବାର

ପରିବାର ମୋ ପରିବାର

1 min
300


ବାପା ମାଆ ଭାଇ ଭଉଣୀ ସହ

ଥିଲା ମୋର ଛୋଟ ପରିବାର

ବାହା ସାହା ହୋଇ ଘରଣୀ ଆଣିଲି

ସିଏ ହେଲା ଆଜି ନିଜ ଘର 

ମୁଁ ଏବେ କରିବି ମୋ ଘର 

ଭାରିଯା ସାଙ୍ଗରେ ପୁଅ ଝିଅ ସହ 

ଗଢିବି ମୁଁ ମୋର ପରିବାର 

ମୁଁ ଏବେ କରିବି ମୋ ଘର।


ବାପାର ଶାସନ ବୋଉର ସପନ

ଭଉଣୀର ହେବ ବାହାଘର

ଭାଇକୁ ପଢ଼ାଇ ଡାକ୍ତର କରାଇ 

ଏହି ଦାୟିତ୍ବ ଥିଲା ମୋହର

ନାହିଁ ଏବେ ଆଉ କାହା ଚିନ୍ତା

ମୋ ପରିବାରେ ମୁଁ ଏବେ ରହୁଛି

ଜାହାଜ କିଣିବା ମୋର ଇଚ୍ଛା

ମୁଁ ଏବେ କରିବି ମୋ ଘର 

ଗଢ଼ିବି ମୁଁ ମୋର ପରିବାର।


ଭାରିଯା ସିନା ମୋ ଜୀବନର ସାଥୀ

ଭାଇ ହେବ ଦିନେ ଭଗାରି

ତାକୁ ନେଇ କାହିଁ ସପନ ଦେଖିବି

ସବୁ ଯିବ ଦିନେ ଉଜୁଡି

ଭଉଣୀ ଯିବ ତା ଶାଶୁଘର କୁ

ସୁଖରେ ସଂସାର କରି

ମୁଁ କାହିଁ ତାର ଋଣକୁ ସୁଝିବି

ଦିନ ରାତି ଏକ କରି

ମୁଁ ନିଜେ କରିବି ମୋ ଘର 

ଗଢ଼ିବି ମୁଁ ମୋର ପରିବାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama