Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ପରିବାର କଳହ

ପରିବାର କଳହ

1 min
547



ସ୍ନେହ ପ୍ରେମେ ବନ୍ଧା ଯେଉଁ ପରିବାର

    ମର୍ତ୍ତ୍ୟରେ ସରଗ ସମ.

ପରସ୍ପରେ ସ୍ନେହ ମମତାରେ ବନ୍ଧା

    ପରସ୍ପରେ ଦିଆ ମନ. ll


କଳହ, ଅଶାନ୍ତି ଭରେ ପରିବାରେ

    ରକ୍ତକୁ ରକ୍ତ ଭୁଲଇ.

ସ୍ନେହ ମମତାର ଅଭାବ ରହିଲେ

    କଳହଟି ଉପୁଜଇ. ll


ବଡପ୍ରତି ଭକ୍ତି ସାନପ୍ରତି ସ୍ନେହ

   ଗୁରୁ ଗୁରୁଜନ କଥା.

ନମାନିଲେ କେହି ଏକା ଛାତେ ଥାଇ

    ଦିଏ ପରିବାରେ ବ୍ୟଥା. ll


ଅବିଶ୍ୱାସ, ହିଂସା, କପଟ, ସମ୍ପଦ

   କଳହର ମୂଳମଞ୍ଜି.

କଳହ ପଶିଲେ ଅଶାନ୍ତି ଜୀବନେ

   ନମିଳଇ କେବେ ଶାନ୍ତି. ll


ସହିବାର ଶକ୍ତି ସଭିଏଁ ଶିକ୍ଷିଲେ

   କଳହ ଦୂରେଇ ଯାଏ.

ନୋହିଲେ ରକ୍ତରେ ବାଡ଼ପଡିଯାଏ

  ଭାଇ ତ ଭଗାରୀ ହୁଏ. ll


ଭାଇ ଭାଇ ମଧ୍ୟେ ବାପ ପୁଅ ମଧ୍ୟେ

    ପ୍ରାଣାହାନିର ଦୃଷ୍ଟାନ୍ତ.

ସ୍ୱାମୀ ନେଇଥାଏ ସ୍ତ୍ରୀର ଜୀବନ

   ସ୍ତ୍ରୀ ସୁପାରିରେ କରେ ଅନ୍ତ. ll


ଲୋଭ, ଅବିଶ୍ୱାସ, ବଡ଼ଲୋକି ନିଶା

   କଳହକୁ ଆମନ୍ତ୍ରଣ.

ଦୁରେଇ ରହିଲେ ସେଇଥିରୁ ଆମେ

   ସୁଖୀ ହୁଏ ତ ଜୀବନ. ll

 


Rate this content
Log in

Similar oriya poem from Inspirational