Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ପରିବାର -ଭାଗ(୨)

ପରିବାର -ଭାଗ(୨)

1 min
205


  

   ଜନ୍ମଦାତା ଅଟେ ସବୁ ବିପ୍ଳବର,

     ଅଟେ ପୁଣି ସବୁ ବିପ୍ଳବୀର

    ହିଂସା, ଦ୍ଵେଷ, ପରଶ୍ରୀକାତରତା

     ଚିହ୍ନ, ବର୍ଣ୍ଣ ଲେଶମାତ୍ର ନ ଥାଏ

   ସୃଷ୍ଟିର ସୁନ୍ଦରତମ ଅନୁଷ୍ଠାନ

    ସେ ଆମ ଘର ଆମ ପରିବାର ।


   ଛଳ, କପଟୁ ରଖିଥାଏ ଯେ ଆମକୁ ଦୂର

   ସ୍ନେହ, ଶ୍ରଦ୍ଧାର ବନ୍ଧନେ ଯେ

   ରଖେ ଆମକୁ ନିରନ୍ତର

  ଶାନ୍ତି, ମୈତ୍ରୀ, ଭକ୍ତି, ମୁକ୍ତିର ମାର୍ଗ

   ଶିକ୍ଷା ଦିଏ ଯେ ଆମକୁ

   ଦୀକ୍ଷା ଦିଏ ପୁଣି ନୀତି ଆଦର୍ଶର

    ସେ ଅଟେ ମୂଳପିଣ୍ଡ ଏ ବିଶ୍ଵ ଜନନୀର

   ସେ ଆମ ଘର ଆମ ପରିବାର ।

  

   ଦିଏ ଅହରହ ଆମକୁ ଜ୍ଞାନ

    ଅମା ଅନ୍ଧକାର ବିଶ୍ଵୁ କରିବାକୁ ଦୂର

   ଯେ ସର୍ଜଇ ବିଶ୍ଵ ଭ୍ରାତୃ ଭାବ

   ପରିକଳ୍ପନା କରେ ସୁନ୍ଦର ପୃଥିବୀର

   ସେ ବିଶ୍ଵ ଜନନୀର ଏନ୍ତୁଡ଼ିଶାଳ

   ଆମ ସୃଷ୍ଟିର ମହାଦ୍ରୁମ ଆମ ପରିବାର ।


   ମନେ ନ ରଖି ଅଶାନ୍ତି

     କଳହ ଦ୍ଵେଷେ ନ ମାତି

  ନ ବୁଣି ବିଷ ମଞ୍ଜି ବିଭେଦତା, ବିଛିନ୍ନତା ର

   ଶାନ୍ତି ଓ କ୍ରାନ୍ତିର ବାର୍ତ୍ତାବହ ସାଜି

   ସାରା ବିଶ୍ଵୁ ଅନ୍ୟାୟ, ଅନୀତି,

    ଦୁର୍ନୀତି ରୂପକ କ୍ଳାନ୍ତିର ଯେ କରେ ଦୂର

   ସେ ଆମ ଶିକ୍ଷା, ସଂସ୍କାର, 

    ସ୍ନେହ, ମମତାର କେନ୍ଦ୍ର ବିନ୍ଦୁ

     ସେ ଆମ ପରିବାର ।

  

    ସବୁ ବାଦରୁ ଉର୍ଦ୍ଧ୍ବରେ

    ସବୁ ହୀନମଣ୍ୟତାରୁ ଉର୍ଦ୍ଧ୍ବରେ

    ଜନ୍ମଦାତା ଅଟେ ମାନବ ବାଦର

    ମୁଁ ରେ ବିଶ୍ଵାସ ରଖେନା କେବେ ସେ

     ବିଶ୍ବାସ ରଖେ ସେ ଆମେ ଓ ଆମର

     ସମତାର ମୂଳପୀଠ, ମମତାର ମୂଳ ମନ୍ତ୍ର

     ସବୁ ବାଦରୁ ଉର୍ଦ୍ଧ୍ବରେ ରହି

     ପ୍ରଚାରଇ ପ୍ରସାର ଯେ ସାମ୍ୟବାଦର

      ସେ ଆମ ପରିବାର ।


     

   


Rate this content
Log in