STORYMIRROR

Chittaranjan Nanda

Abstract Others Children

4  

Chittaranjan Nanda

Abstract Others Children

ପରିବାର ବଡ ସ୍ଵର୍ଗଠାରୁ

ପରିବାର ବଡ ସ୍ଵର୍ଗଠାରୁ

1 min
224


ଯଦି ବାଣ୍ଟି ପାରିବା ସ୍ନେହ ପ୍ରେମ 

ଶ୍ରଦ୍ଧା ଭଲ ପାଇବା 

ଆନନ୍ଦ ଲହରୀ ସମସ୍ତଙ୍କ ମନରେ 

ଖେଳାଇ ପାରିବା ।୧।


ଚନ୍ଦ୍ର, ଫୁଲ, ରାଗ ରାଗିଣୀ ସବୁ 

ହୃଦୟକୁ ଛୁଇଁ ଯାଏ

ଚନ୍ଦ୍ର, ଫୁଲ, ରାଗ ରାଗିଣୀ ନିଚ୍ଛକ 

ଭଲ ପାଇବା ଶିଖାଏ ।୨।


ସ୍ନେହ ଶ୍ରଦ୍ଧା ପ୍ରୀତି ଭଲ ପାଇବା 

ଆମେ ସେଇଠୁ ଶିଖିଥାଉ 

ତେଣୁ ଗଛ ଫୁଲ ଆମେ ଘରର 

ବାଡିରେ ଲଗାଇ ଥାଉ ।୩।


ପୁରାତନ କାଳରେ ଆମର ଦେଣବାସୀ

ଥିଲେ ପୂଜକ ପ୍ରକୃତିର

ଏହି ମୌଳିକ ଉପାଦାନ ଦ୍ୱାରା ସମୃଦ୍ଧ 

ହୋଇଛି ଭାରତୀୟ ସଂସ୍କୃତିର ।୪।


ତେଣୁ ଭିନ୍ନ ଭିନ୍ନ ମତ, ଧର୍ମଵିଶ୍ବାସ, ଭାଷା, 

ପ୍ରଥା, ପରମ୍ପରା ରହିଛି ଭାରତରେ

ରକ୍ଷଣଶୀଳ ହୋଇନି କେବେ, ଉଦାରତା 

ଗ୍ରହଣ କରିଛି ବିଭିନ୍ନ ସମୟରେ ।୫।


ବିନା ଦ୍ବିଧାରେ ଉଦାରତା ଗ୍ରହଣ କରି ଆମ

ସଂସ୍କୃତି ବଳିଷ୍ଠ ହୋଇଛି

ଏକତାକୁ ନଷ୍ଟ ଲକ୍ଷ୍ୟରେ ମତାନ୍ଧ ଗୋଷ୍ଠୀ 

ବହୁ ଚେଷ୍ଟା କରି ବିଫଳ ହୋଇଛି ।୬।


ସତ ଓ ଅହିଂସା ମାଧ୍ୟମରେ ଗାନ୍ଧୀଜୀ 

ସ୍ବାଧୀନତା ଆଣି ପାରିଥିଲେ 

ସତ୍ୟ ଓ ଅହିଂସାର ପଥ ହିଁ ଶାନ୍ତର

ପଥ ସେଥିରୁ ଶିଖିଲେ ।୭।


ଜେଜେମା ଜେଜେ ବାପା ଓ ପରିବାର

ବର୍ଗ କଥା ଛଳରେ 

ଅନେକ ନୀତିଶିକ୍ଷା ଦେଇ ଥାଆନ୍ତି ‌

ପିଲାଙ୍କୁ ବାଲ୍ୟ କାଳରେ ।୮।


ନିଚ୍ଛକ ଭଲପାଇବା ମିଳେ ଘର ଓ

ଆମ ପରିବାର ତତ୍ତ୍ୱରୁ 

ତେଣୁ ଭାରତୀୟ ସଂସ୍କୃତି ଶିଖାଏ

ପରିବାର ବଡ ସ୍ଵର୍ଗଠାରୁ ।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract