STORYMIRROR

Sanjya Tripathy

Classics

3  

Sanjya Tripathy

Classics

ପ୍ରେମତୁମ ପ୍ରେମ୍ୟ ଶରରେ ରୁଧରାକ୍

ପ୍ରେମତୁମ ପ୍ରେମ୍ୟ ଶରରେ ରୁଧରାକ୍

1 min
147

ପ

ତୁମ ପ୍ରେମ୍ୟ ଶରରେ ରୁଧରାକ୍ତ ମୁଁ ବିଧୂର ପ୍ରେମିକ

ତୁମ ଚଲାପଥକୁ ସତୃଷ୍ଣ ନୟନରେ ଚାହିଁ ରହେ

ପକ୍ଷୀର କାକଳୀ ଆଣିଦିଏ ତୁମ ଆଗମନର ଆବହସଂଗୀତ

କୋଇଲିର କୁହୁତାନ ସହ ଚଉହଦୀରେ ସୁରଭିତ ମଳୟ

ଅବିଶ୍ୱାସ୍ୟ ଆମ ପ୍ରେମର ଗୀତ ଗାଏ ପ୍ରକୃତି

ଅନଂତ ଯୌବାନା ମୌସୁମୀର ମଦିରାସିକ୍ତା ଇଶାରା

ପ୍ରଥମ ଦେଖାରେ ଆପଣେଇ ନେଇଥିବା ପ୍ରିୟ ବାଂଧବୀ

ତୁମ ନିଃଶ୍ଵାସର ନାଭିରେ ମୋର ଅଦେହ ସ୍ବାକ୍ଷର

ତୁମ ପାଇଁ ମୁଁ ଲଂଘିପାରେ ଅଗ୍ନିଗ୍ନି ବନସ୍ତ-ମହେନ୍ଦ୍ର ତନୟା

ନୀଳକଂଠ ହୋଇ ପିଇପାରେ ଘୃଣା, ଭାଂଛନାର ସମସ୍ତ ହଳାହଳ

ଲଢିପାରେ ତଥାକଥ୍ତ ସମାଜର ବଡ ପଂଡାକ ସହ

ଆମର ମିଳନ ନ ହେଉ ଦୈହିକ

ଆତ୍ମାର ବାଲୁକାବଂତର ତୁମ ମୋର ସୁସ୍ପଷ୍ଟ ସ୍ବାକ୍ଷର

ତୁମର ମୋହକର୍ଷଣର ଅଛିଡା ରଜ୍ଜୁରେ ମୁଁ ବଂଦୀ

ଆସ ଆମେ ଗାଇଯିବା ପ୍ରେମର ଅମର ସଂଗୀତ

ଶିଖାଇଯିବା ଜଗତକୁ ଆତ୍ମିକ ମିଳନର ଅକୁହା କଳା

ଯାହା କଲାତୀତ-ଯୁଗଜୟୀ

ଯୁବସଂଧର ମାହଂଦ୍ର ମୁହୂର୍ତରେ

ପ୍ରମାଣିତ ଯୁଗ ପୁରୁଷକ ଦ୍ୱାରା ଆତ୍ମିକ ରୁଧରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics