Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ପ୍ରେମତୁମ ପ୍ରେମ୍ୟ ଶରରେ ରୁଧରାକ୍

ପ୍ରେମତୁମ ପ୍ରେମ୍ୟ ଶରରେ ରୁଧରାକ୍

1 min
152


ତୁମ ପ୍ରେମ୍ୟ ଶରରେ ରୁଧରାକ୍ତ ମୁଁ ବିଧୂର ପ୍ରେମିକ

ତୁମ ଚଲାପଥକୁ ସତୃଷ୍ଣ ନୟନରେ ଚାହିଁ ରହେ

ପକ୍ଷୀର କାକଳୀ ଆଣିଦିଏ ତୁମ ଆଗମନର ଆବହସଂଗୀତ

କୋଇଲିର କୁହୁତାନ ସହ ଚଉହଦୀରେ ସୁରଭିତ ମଳୟ

ଅବିଶ୍ୱାସ୍ୟ ଆମ ପ୍ରେମର ଗୀତ ଗାଏ ପ୍ରକୃତି

ଅନଂତ ଯୌବାନା ମୌସୁମୀର ମଦିରାସିକ୍ତା ଇଶାରା

ପ୍ରଥମ ଦେଖାରେ ଆପଣେଇ ନେଇଥିବା ପ୍ରିୟ ବାଂଧବୀ

ତୁମ ନିଃଶ୍ଵାସର ନାଭିରେ ମୋର ଅଦେହ ସ୍ବାକ୍ଷର

ତୁମ ପାଇଁ ମୁଁ ଲଂଘିପାରେ ଅଗ୍ନିଗ୍ନି ବନସ୍ତ-ମହେନ୍ଦ୍ର ତନୟା

ନୀଳକଂଠ ହୋଇ ପିଇପାରେ ଘୃଣା, ଭାଂଛନାର ସମସ୍ତ ହଳାହଳ

ଲଢିପାରେ ତଥାକଥ୍ତ ସମାଜର ବଡ ପଂଡାକ ସହ

ଆମର ମିଳନ ନ ହେଉ ଦୈହିକ

ଆତ୍ମାର ବାଲୁକାବଂତର ତୁମ ମୋର ସୁସ୍ପଷ୍ଟ ସ୍ବାକ୍ଷର

ତୁମର ମୋହକର୍ଷଣର ଅଛିଡା ରଜ୍ଜୁରେ ମୁଁ ବଂଦୀ

ଆସ ଆମେ ଗାଇଯିବା ପ୍ରେମର ଅମର ସଂଗୀତ

ଶିଖାଇଯିବା ଜଗତକୁ ଆତ୍ମିକ ମିଳନର ଅକୁହା କଳା

ଯାହା କଲାତୀତ-ଯୁଗଜୟୀ

ଯୁବସଂଧର ମାହଂଦ୍ର ମୁହୂର୍ତରେ

ପ୍ରମାଣିତ ଯୁଗ ପୁରୁଷକ ଦ୍ୱାରା ଆତ୍ମିକ ରୁଧରେ ।


Rate this content
Log in

Similar oriya poem from Classics