ପ୍ରେମରଯନ୍ତ୍ରଣା
ପ୍ରେମରଯନ୍ତ୍ରଣା
ପିଲାଦିନର ସ୍ମୃତି ପସରାରୁ
କିଚ୍ଥି ମନେ ପକାଇଦେଇ
ଜାଣି ଜାଣି ତୋତେ ଚିଡାଏ
କାହିଁକି ନା ,
ତୋ ଅଭିମାନ ଆଉ ମିଚ୍ଥି ମିଚ୍ଥିକା ରାଗ
ଆମ ଭିତରେ ଥିବା ସେ,
ଖଟା ମିଠି ସମ୍ପର୍କର ଯନ୍ତ୍ରଣା କୁ
ମନ ଭରି ଜିଇଁ ବାକୁ ଚାହେଁ
ଏଇ ବିଷାଦ ସଂଧ୍ଯା ରେ
ମୁଁ ଏକୁଟିଆ ପଡିଗଲେ
ଜାଣିଚ୍ଥୁ କଣ ଇଚ୍ଚ୍ଥା ହୁଏ
ତୁ ପୁଣିଥରେ ଅଳି କରନ୍ତୁ ନାହିଁ
ଯେମିତି ପିଲାଦିନ କରୁଥିଲୁ
ମୋତେ ସାଇକେଲ୍ ଚଲେଇବା ଶିଖା ବୋଲି
ଆଉ ମୁଁ ତୋ ଚୁଟିକୁ ଚ୍ଥିକି
ବଦମାସୀ କରନ୍ତି
ତୁ ମୋ ମା ଙ୍କ ଆଗରେ
ରାଗ ତମତମ ହେଇ ଅଭିଯୋଗ କରନ୍ତୁ
ଆଜି ତୁ ଅଚ୍ଥୁ , ମୁଁ ବି
ଆଉ ସେ ରାସ୍ତା ବି
ମୋ ଚିଡେଇବା ତୋତେ ମାଡଗଳ ପରି ଲାଗୁଚ୍ଥି
ଆଗ ଦୂରରେ ଥାଇ ବି ପାଖରେ ଥିଲୁ ,
ଆଜି ପାଖରେ ଥାଇ ବି ଦୂରରେ ଅଛୁ
