STORYMIRROR

Lipsa Acharya

Abstract

2  

Lipsa Acharya

Abstract

ପ୍ରେମରଯନ୍ତ୍ରଣା

ପ୍ରେମରଯନ୍ତ୍ରଣା

1 min
332

ପିଲାଦିନର ସ୍ମୃତି ପସରାରୁ

କିଚ୍ଥି ମନେ ପକାଇଦେଇ 

ଜାଣି ଜାଣି ତୋତେ ଚିଡାଏ

କାହିଁକି ନା ,

ତୋ ଅଭିମାନ ଆଉ ମିଚ୍ଥି ମିଚ୍ଥିକା ରାଗ

ଆମ ଭିତରେ ଥିବା ସେ,

ଖଟା ମିଠି ସମ୍ପର୍କର ଯନ୍ତ୍ରଣା କୁ 

ମନ ଭରି ଜିଇଁ ବାକୁ ଚାହେଁ

ଏଇ ବିଷାଦ ସଂଧ୍ଯା ରେ

ମୁଁ ଏକୁଟିଆ ପଡିଗଲେ

ଜାଣିଚ୍ଥୁ କଣ ଇଚ୍ଚ୍ଥା ହୁଏ

ତୁ ପୁଣିଥରେ ଅଳି କରନ୍ତୁ ନାହିଁ 

ଯେମିତି ପିଲାଦିନ କରୁଥିଲୁ

ମୋତେ ସାଇକେଲ୍ ଚଲେଇବା ଶିଖା ବୋଲି

ଆଉ ମୁଁ ତୋ ଚୁଟିକୁ ଚ୍ଥିକି

ବଦମାସୀ କରନ୍ତି

ତୁ ମୋ ମା ଙ୍କ ଆଗରେ

ରାଗ ତମତମ ହେଇ ଅଭିଯୋଗ କରନ୍ତୁ

ଆଜି ତୁ ଅଚ୍ଥୁ , ମୁଁ ବି

ଆଉ ସେ ରାସ୍ତା ବି

ମୋ ଚିଡେଇବା ତୋତେ ମାଡଗଳ ପରି ଲାଗୁଚ୍ଥି

ଆଗ ଦୂରରେ ଥାଇ ବି ପାଖରେ ଥିଲୁ ,

ଆଜି ପାଖରେ ଥାଇ ବି ଦୂରରେ ଅଛୁ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract