STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପ୍ରେମରେ ସାଇତି ରଖିବା

ପ୍ରେମରେ ସାଇତି ରଖିବା

1 min
402

ଅଟେ ମାତୃଭାଷ ଅମୂଲ୍ୟ ରତନ

    କରିବା ନିତ୍ୟେ ହିଁ ତାହାର ସମ୍ମାନ,

ସର୍ବୋପରି ହେଉ ତାହାର ଆସନ

    ପ୍ରେମ ଭକ୍ତି ଶ୍ରଦ୍ଧା ରହୁ ନିତିଦିନ।     


ଯେ ଜନ ନ ବୁଝେ ମାନ ଅପମାନ

    ଅବଶ୍ୟ ଅଟୋଇ ପଶୁର ସମାନ,

ଯା ଭାଷା ଦୂର୍ବଳ ନାହିଁ ତାର ଜ୍ଞାନ

    ନ ମିଳେ ଆଦର ନ ମିଳେ ସମ୍ମାନ।


ବଡ଼ ହେବାପାଇଁ କର ବଡ଼ ଆଶା

    କରିବାଟି ଆଗେ ନିଜ ମାତ୍ରୁଭାଷା,

ନାହିଁ ଯଦି ମନେ ଉଚ୍ଚ ଅଭିଳାଷା

    ଜୀବନଟି ବୄଥା ଜନ୍ମ ଅଭିଳାଷା।


ଏ ଜୀବନ ଅଟେ ପୁର୍ବ ପୂର୍ଣ୍ୟ ଫଳେ

    ପ୍ରଭୁଙ୍କ ଦୟାରେ ଏ ଜୀବନ ମିଳେ,

ଅର୍ପଣ ଜୀବନ ଜନତାଙ୍କ ମେଳେ

   ସବୁଟି ସମ୍ଭବ ମାତ୍ରୁଭାଷା ବଳେ।


ମାଆ ମାତ୍ରୁଭୂମୀ ଜୀବନେ ସମ୍ମାନ

   ମାତ୍ରୁଭାଷା ଅଟେ ଜୀବନେ ରତନ,

ମାତ୍ରୁଭାଷା ବଳେ ଜ୍ଞାନ ଓ ଅଜ୍ଞାନ

   ବୁଝି ହେବ ଭାଇ ସବୁ ଭାଷ ଜ୍ଞାନ।


ଏକ ହସ୍ତେ ଭାଷା ଅନ୍ୟ ହସ୍ତେ ଜ୍ଞାନ

   ଅଟେ ଏହୁ ଆମ ପ୍ରେମର ରତନ,

ବିଜୟୀର ମନ୍ତ୍ର ଅଟେ ଭାଷା ଜ୍ଞାନ

   ହେଉଟି ଆଦର ତାର ନିତିଦିନ।


ଜଗନ୍ନାଥ ଭକ୍ତି କରୁଟି ଗୁଞ୍ଜନ  

   ପଢିବା ଓଡ଼ିଆ ଦେଇ ମନଧ୍ୟାନ,

ଲେଖିବା ଓଡ଼ିଆ ହୃଦୟର ସ୍ବନ୍ନ

   କହିବା ଓଡ଼ିଆ କରିଣ ସମ୍ମାନ।


ଜନନୀର ଭାଷା ନହୁ ହୀନିମାନ

   ସନ୍ତାନେ ପଢନ୍ତୁ ଦେଇ ମନଧ୍ୟାନ,

ପୌରାଣିକ ଭାଷା ଅଟେଟି ମହାନ

  ନିତ୍ୟେ କରିବାଟି ତାହାର ସମ୍ମାନ।


ନବୁଝେଟି ଯେହୁ ମାନ ଅପମାନ

   ଅବଶ୍ୟ ଅଟୋଇ ଅଜ୍ଞାନୀ ସେ ଜନ,

ଯା ଭାଷା ଦୂର୍ବଳ ନାହିଁ ତାର ଜ୍ଞାନ

   ନ ମିଳେ ଆଦର ନ ମିଳେ ସମ୍ମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract