STORYMIRROR

Prasanta kumar Hota

Romance

3  

Prasanta kumar Hota

Romance

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
217


ଏତେ ଇଛା ଆସେ ତୋତେ ଦେଖିବାକୁ 

ହୃଦୟ ବିଳାପେ ମୋର 

ତୋ ରୂପ ମଦିରା ମଦନ ପସରା

ନିରାଶାର ଆଶା ଝର। 


ମନ ମୃଗତୃଷ୍ଣା ହୁଏ ମୃତକଳ୍ପ 

ମନେ ମୃତ୍ୟୁଞ୍ଜୟ ବରି 

ଲମ୍ପଟ ପରାୟ ନୁହେଁ ଦେହ ମୋହ

ଅବା ଅର୍ବାଚିନ କରି। 


କ୍ଷଣେ ମାତ୍ର ହେଲେ ଦେଖନ୍ତି ତୋତେ ମୁଁ 

ଆସନ୍ତା ମୋ ମନସ୍ତୃପ୍ତି 

ଏତିକି ମନସ୍ଥ ମୋର ଅଭିପ୍ରେତ 

ମନ୍ମଥ ମନର ଗତି


ତୋର ମୁଁ ସ୍ତାବକ ତୋରୂପ ପ୍ରେମିକ

ଲଂଘି ନାହିଁ କେବେ ସୀମା

ଲାଞ୍ଛିତ ହେବାକୁ ବାଞ୍ଛିତ କି ହେବି

ମୋ ପ୍ରେମ ସୁଷମା ଭୂମା। 


କରିଛି ଆକଟ ମୋତେ ମୁଁ ନିଜକୁ 

ମନ ମାନିନାହିଁ କେବେ

ତୋରୂପ ଚିତ୍ରରେ ମନ ବସିଯାଏ 

ପ୍ରେମ ସୁଖ ଆଶା ସ୍ରାବେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance