STORYMIRROR

Biswajita Baral

Abstract Tragedy

3  

Biswajita Baral

Abstract Tragedy

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
233


ତୁମେ କାହୁଁ ବୁଝିବ 

ମୋ ଛାତି ତଳର ଭାଷା 

ତୁମେ ତ ନିର୍ଦ୍ଦୟ ନିଷ୍ଠୁର ପାଷାଣ

ହଁ , ତୁମେ ସିନା ମନଖୋଲି ହସି ଦେଇ ଭୁଲିଯାଅ ସବୁ 

ମୁଁ ତ ନିଆରା ମଣିଷଟେ 

ନା ଓଠ ଖୋଲି କହି ପାରୁଛି କିଛି 

ଅବ୍ଯକ୍ତ କାମନା 

ଅତୃପ୍ତ ବାସନା

ଅପ୍ରକାଶ୍ଯ ଯାତନା 

ଜ୍ବଳନର କେନ୍ଦ୍ର ବିନ୍ଦୁ ମୋର

ମନ ଝୁରି ମରୁଥାଏ

ଜୀବନ ଜଞ୍ଜାଳ ମୋହରେ 

ସତ କହିଲ ତୁମେ କ'ଣ କିଛି ବୁଝିପାରୁ ନାହଁ ??

ନା ବୁଝି ଅବୁଝା ହେବାର ଛଣନା କରୁଛ

ନେଉଚ ମୋ ଧୈର୍ଯ୍ୟର ପରୀକ୍ଷା 

ସବୁ କଥା କ'ଣ ଓଠ ଖୋଲି କହି ହୁଏ ?

ମୋ ଆଖିର ଭାଷା ବୁଝିବା 

କ'ଣ ଯଥେଷ୍ଟ ନୁହେଁ

ତୁମେ ପରା ମହାନ

ସବୁ ଜାଣି ପାର ସବୁ ବୁଝିପାର

ତେବେ କ'ଣ ପାଇଁ ଏ ଅଭିନୟ ?

ନୁହେଁ ମୁଁ ବୈଦେହୀ

ଦେଇପାରୁ ନାହିଁ ଅନଳ ପରୀକ୍ଷା

ନୁହେଁ ବଜରଙ୍ଗୀ ବକ୍ଷଚିରି

ଦେଖାଇ ଦେବି ତୁମ ସ୍ଥାନ କେଉଁଠି

ଥକି ପଡିଲିଣି ପରୀକ୍ଷା ଦେବାରେ

ତୁମ ନିରବତା ଯଦି ମୋ 

ପ୍ରଶ୍ନର ଉତ୍ତର ହୁଏ

 ବାସ ଥାଉ , ଆଗକୁ ବଢ଼ିବାରେ 

 ପ୍ରୟୋଜନ ନାହିଁ 

 ତୁମ ଖୁସିରେ ମୋ ଖୁସି

 ମୁଁ ବି ଥକି ପଡିଲିଣି

 ଲୋଡ଼ା ଟିକେ ନିରୁତ୍ତା ବିଶ୍ରାମ

 ସବୁ ନଦୀ ଯେ ସାଗରରେ ମିଶି

 ନାହିଁ

କିଛି ମରୁତୃଷ୍ଣା ପାଲଟିଥାଏ

ସେମିତି ସବୁ ସମ୍ପର୍କର ବି

ପୂର୍ଣ୍ଣତା ନ ଥାଏ

କିଛି ସ୍କୃତି ହୋଇ ରହିଯାଏ ମାନସପଟରେ

ଯେମିତି ତୁମ ଆଉ ମୋର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract