ପ୍ରେମରେ ଫସିଗଲି
ପ୍ରେମରେ ଫସିଗଲି
ମୁଁ
ପ୍ରେମ
କରିକି
ଫସିଗଲି |
ମୃଗନୟନା
ସ୍ବର୍ଣ୍ଣ ଅପଘନା
ମଲ୍ଲୀର ପ୍ରେମେ ମଲି |
ଗଜ ଗମନା ଛଟକ
ମନକୁ କରିଲା ଅଟକ
ମଣ୍ଡାକୁଚ ଦେଖି ଲୋଭାଇଲି |
କଳା ମଚମଚ କୁନ୍ତଳ
ଟଭା ଗଭା କିମଞ୍ଜୁଳ
ବଚନେ ଭଳିଗଲି |
ଅନେଇ ହସିଲା
ଠକି ଚାଲିଲା
ଭୁଲିଗଲା
ସ୍ମୃତିକୁ
ଝୁରିଲି |

