STORYMIRROR

Baijayantimala Rout

Abstract

2  

Baijayantimala Rout

Abstract

ପ୍ରେମରେ ନ ଥାଏ ସ୍ବାର୍ଥ

ପ୍ରେମରେ ନ ଥାଏ ସ୍ବାର୍ଥ

1 min
103

ଭଲ ମୁଁ ପାଉଛି ତୁମକୁ ଜୀବନେ

ପାଉଥିବି ନିରନ୍ତର ,

ପାଇବାର ଆଶା ତୁମ ଠାରୁ କିଛି

ଜୀବନେ ନାହିଁ ମୋହର

ପ୍ରେମରେ ନଥାଏ ସ୍ବାର୍ଥପରତା ଯେ

ତ୍ଯାଗରେ ମହତ ଥାଏ ,

ତୁମ ଖୁସି ପାଇଁ ଏ ଜୀବନ ସତେ

ଅବିରତ ଚିନ୍ତୁଥାଏ

ତୁମରି ଖୁସିରେ ମୁଁ ଯେ ଖୁସି ହୁଏ

ଆନ କିଛି ଚାହେଁ ନାହିଁ,

ତୁମ ପ୍ରେମ ପାଇଁ ମୋର ଏ ପରାଣ

ଯିବି ଜଳାଞ୍ଜଳି ଦେଇ

ମୋ ଛାତିର ସବୁ ରକତ ନିଗାଡି

ଦେଇଦେବି ତୁମ ପାଇଁ,

ହୃଦୟକୁ ମୋର ତୁମ ପାଦ ତଳେ

ସମର୍ପି ଦେଇଛି ମୁହିଁ

ବଞ୍ଚିଛି ଆଜି ମୁଁ ତୁମ ସ୍ମୃତି ନେଇ,

ବିଲୀନ ହେବି ସ୍ମୃତିରେ,

ତୁମ ଦୁଃଖକୁ ମୁଁ କରିବି ନିଜର

ରଖି ତୁମକୁ ସୁଖରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract