STORYMIRROR

Aparti Charan Sethi

Romance

4  

Aparti Charan Sethi

Romance

ପ୍ରେମରେ ଲାଗିଲା ରଙ୍ଗ

ପ୍ରେମରେ ଲାଗିଲା ରଙ୍ଗ

1 min
363

ଫଗୁଣ ଆସିଲା ମଳୟ ବହିଲା‌

   ପ୍ରେମରେ ରଙ୍ଗ ଲାଗିଲା,

ସାତ ଅବିରର ସପ୍ତତାଳେ ପ୍ରେମ

   ଭାବ ସମୁଦ୍ର ଲଙ୍ଘିଲା।


ରଙ୍ଗବତୀ ନାଲିରଙ୍ଗ ମାଖି ଓଠେ

    ବସନ୍ତର ବାହୁଵନ୍ଧେ,

କୋକିଳ କଣ୍ଠରେ ସାତସୁର ତୋଳେ

    ପ୍ରେମ ତୋଳି ଅନୁରାଗେ।


ପତ୍ର ଝଡା ବୃକ୍ଷ ପଲ୍ଲବିତ ଆଜି 

    ଆମ୍ରକୁଞ୍ଜ ମୁଖରିତ,

ଭଙ୍ଗା ହୃଦୟ ବି ପୂର୍ଣ୍ଣତା ପ୍ରେମରେ

‌‌ ଆଜି ସିଏ ପରିତୃପ୍ତ।  


ବ‌ଉଳ ପେନ୍ଥାରେ ମନ ଲାଗିଯାଏ

‌ ଫଗୁଣ କରୁଛି ଈର୍ଷା,

କାଳେ ହୃଦୟର ରାଜାକୁ କିଏବା

    କରିଦେବ କିଣାବିକା।


ଛନକା ପଶୁଛି ଛାତିରେ ତାହାର

    ଆସି ଚୋରା ଚ‌ଇତାଳି,

କାଳେ ନେଇଯିବ ବସନ୍ତକୁ ଅବା

   ରହିଛି ଚାତକ ପରି।


ସନ୍ଦେହୀ ମନ ତା' ବୁଝୁନାହିଁ ଜମା

  କେ ପ୍ରେମ ଚୋରେଇ ନେବ,

ଅନେକ ଦିନର ସାଇତା ସପନ

   କାଳେ କ'ଣ ହଜିଯିବ ।


ଜାଗର ଯାଇଛି ହୋଲି ବି ଆସୁଛି

   ରାଇ ଦାମୋଦର ସଙ୍ଗେ,

ଫୁଲେଇ ଫଗୁଣ ଚଗଲି‌ ହେଉଛି

   ତା' ପ୍ରେମରେ ରଙ୍ଗ ଲାଗେ।


ଅସୁମାରୀ ସ୍ବପ୍ନ ଅନେକ ଭାବନା

   ଯେବେ ଅଛି ତା' ହୃଦରେ,

ଏହି ମାତ୍ର ଆଶା ନ ପଡୁ ଯେ ଫିକା

   ତାର ସାସ୍ଵତ ପ୍ରେମରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance