Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ପ୍ରେମରେ କଳଙ୍କ

ପ୍ରେମରେ କଳଙ୍କ

1 min
306



ପ୍ରେମରେ କଳଙ୍କ ପ୍ରଭୁ ନ ଲାଗୁ


        ଭକ୍ତି ଟି ସର୍ବଦା ତୋହର ଜାଗୁ


କରୁଣା କରହେ ତୁ ନିରାକାର


        ମନ ପ୍ରାଣେ ରହୁ ପ୍ରଭୁ ଆଦର


 ହେ ଜଗା ଠାକୁର


      ‌ପ୍ରେମରେ ନ ଦିଅ କଳଙ୍କ ମୋର !



ପ୍ରେମ ଶ୍ରଦ୍ଧା ପ୍ରୀତି ତୋର ଭକ୍ତିରେ


      ଆରାଧ୍ୟ ମୋହର ଭବ ସଂସାରେ


ଜାଳୁ ଥିବୁ ଦୀପ ତୋର ଛାମୁରେ 


    ପ୍ରେମର କଳଙ୍କ ନ ଲାଗୁ ମୋହରେ


ଏ ନର ଜନ୍ମରେ


      ସେବା କରୁ ଥିବି ଦାରୁବ୍ରହ୍ମ ରେ !



ମନୁଷ୍ୟ ଜୀବନ କର୍ତ୍ତବ୍ୟ ପାଇଁ 


     ନର ଏ ଜନମ ଭକ୍ତିର ପାଇଁ


ଧର୍ମ ସନାତନ ରକ୍ଷାର ପାଇଁ


    ସତ୍ୟନିଷ୍ଠ ଆଉ ତ୍ୟାଗର ପାଇଁ


ଅହିଂସାର ପାଇଁ


  ଜନତାଙ୍କର ସେବା କଲ୍ୟାଣ ପାଇଁ !



ପ୍ରେମ ରହୁ ମୋର ଦେବୁ ତୁ ଧ୍ୟାନ


    ଦୁର୍ଲ୍ଲଭ ଜୀବନେ କର୍ମର ଜ୍ଞାନ


ରହୁ ନିରନ୍ତରେ ତୋ ପଦେ ମନ


     ଜ୍ଞାନ ଓ ବିଜ୍ଞାନ ଦିଅହେ ଜ୍ଞାନ


ପ୍ରଭୁ ମଧୁସୂଦନ


    କଳଙ୍କିତ ନହୁ ପ୍ରେମ ସପନ !



ମୃତ୍ୟୁ କାଳେ ମୋର ନାମ ତୋ ଗୁଞ୍ଜୁ


   ମୋର ଅଙ୍ଗ ଅଙ୍ଗ ଭକ୍ତିରେ ରଞ୍ଜୁ


ନ ହେଉ ବିମୁଖ କର୍ତ୍ତବ୍ୟ ବାଟୁ


   ସେବାରେ ତୋହର ଜୀବନ କଟୁ


ଜୀବ ହିଂସା ନହୁ


   ପ୍ରେମ ଏ ସାଗର ଭକ୍ତିରେ ବହୁ !




Rate this content
Log in

Similar oriya poem from Abstract