STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ପ୍ରେମର ସାଗର

ପ୍ରେମର ସାଗର

1 min
218


ପ୍ରେମର ସାଗରେ ଭକ୍ତିର ପ୍ରେମକୁ

ଜାଳିଦିଅ ହୄଦମଧ୍ୟେ

ପ୍ରଭୁଙ୍କ ଚରଣେ ପ୍ରେମର ଭକ୍ତିକୁ

ଆଣି ଦିଅ ପ୍ରାଣ ମଧ୍ୟେ ।୧।

ନିସ୍ବାର୍ଥ ଭକ୍ତିକୁ ଅଙ୍କୁରିତ କର

ମନ ପ୍ରାଣ ଆତ୍ମା ମଧ୍ୟେ

ନିସ୍ବାର୍ଥ ସେବାରେ ମନ ବଳି ଦିଅ

ଜନକଲ୍ୟାଣର ମଧ୍ୟେ।୨।

ତବ ପଦ ତଳେ ଭକ୍ତି ରହୁ ମୋର

ନିଷ୍କାମ ଭାବଟି ରହୁ

ତବ ଶକ୍ତି ମତେ ମିଳୁ ଥାଉ ନିତ୍ୟେ

ଦେଶ ହିତେ ମନ ରହୁ।୩।

ବାଶନା ପ୍ରେମଟି ପ୍ରୟୋଜନ ନାହିଁ

ଆତ୍ମା ଆତ୍ମା ପ୍ରେମ ରହୁ

ପବିତ୍ର ପ୍ରେମରେ ଦୁର୍ଲଭ ଜୀବନ

ନିତ୍ୟେ ନିତ୍ୟେ ଜାଗି ରହୁ।୪।

ସୁଦାମର ପ୍ରେମ ଭରଟି ଜୀବନ

ଏ ଜୀବ ପବିତ୍ର ରହୁ

ସବରୀ ପ୍ରେମଟି ଆଣି ଦିଅ ପ୍ରଭୁ

ଜଗତେ ସମ୍ମାନ ରହୁ।୫।

ନିସ୍ବାର୍ଥ ପ୍ରେମର ଦୁଇଟି ଧୁରୀକୁ

ଯୋଡି ଦିଅ ପ୍ରାଣେ ମୋର

ନିସ୍ବାର୍ଥ ଭକ୍ତିର ପ୍ରେରଣାଟି ମିଳୁ

ଆଶିର୍ବାଦ ହେଉ ତର।୬।

ନିସ୍ବାର୍ଥ ପ୍ରେମକୁ ନିସ୍ବାର୍ଥ ଭକ୍ତିକୁ

ଜୀବନେ ଅର୍ପିତ କର

ତହରି ଚରଣ ପବିତ୍ର ଯୁଗଳେ

ପ୍ରେମ ଭକ୍ତି ରହୁ ମୋର।୭।

ପ୍ରେମର ସାଗରେ ଭକ୍ତିର ପ୍ରେମକୁ

ଜାଳିଦିଅ ହୄଦମଧ୍ୟେ

ପ୍ରଭୁଙ୍କ ଚରଣେ ପ୍ରେମର ଭକ୍ତିକୁ

ଆଣି ଦିଅ ପ୍ରାଣ ମଧ୍ୟେ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational